ଷ୍ଟ୍ରବେରୀ, ପରିବା ଚାଷ କରି ସ୍ୱାବଲମ୍ବୀ ଦମୟନ୍ତୀ।
ଷ୍ଟ୍ରବେରୀ, ପରିବା ଚାଷ କରି ସ୍ୱାବଲମ୍ବୀ ଦମୟନ୍ତୀ।
ହରିଚନ୍ଦନପୁର: ୧୭/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବୁଢ଼ାଖମଣ ପଂଚାୟତ ସହରଟାଙ୍ଗିରି ଗ୍ରାମର ଦମୟନ୍ତୀ ମହାନ୍ତ ଷ୍ଟ୍ରବେରୀ ଓ ପରିବା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି। ପୂର୍ବରୁ ସେ ପରିବା ଚାଷ କରି ବର୍ଷକୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜଗାର କରୁଥିଲେ, ଗତବର୍ଷ ଜୁଙ୍ଗା ପଞ୍ଚାୟତ ବଲାଣିପଶି ଗ୍ରାମ ବରାକୁଦୁର ସାହିର ୧୦ଜଣ ଆଦିବାସୀ ଷ୍ଟ୍ରବେରୀ ଚାଷ କରି ଭଲ ରୋଜଗାର କରିଥିଲେ। ଏଥିରେ ଅନୁପ୍ରାଣିତ ହୋଇ ଦମୟନ୍ତୀ ଚଳିତ ବର୍ଷ ୧୦ ଡିସମିଲ ଜାଗାରେ ଷ୍ଟ୍ରବେରୀ ଚାଷ କରିଛନ୍ତି। ପାଞ୍ଚଶହ ଷ୍ଟ୍ରବେରୀ ଚାରା ଲଗାଇଛନ୍ତି। ଏଥିପାଇଁ ୧୫ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଷ୍ଟ୍ରବେରୀ ଉତ୍ପାଦନ କରି ହରିଚନ୍ଦନପୁର ଓ ଜଂଘିରା ବଜାରରେ ବିକ୍ରି କରୁଛନ୍ତି। ଏହି ଚାଷ ରୁ ସେ ୫୦ରୁ ୫୫ହଜାର ଟଙ୍କା ରୋଜଗାର କରିବେ ବୋଲି କହିଛନ୍ତି। ସରକାରଙ୍କ ତରଫରୁ ଚାଷ ପାଇଁ ସହାୟତା ସାଙ୍ଗକୁ ବୈଷୟୀକ ଜ୍ଞାନ କୌଶଳ ସମ୍ପର୍କ ରେ ତାଲିମ ଦିଆଗଲେ ସେ ଆସନ୍ତା ବର୍ଷ ଅଧିକ ଜମିରେ ଷ୍ଟ୍ରବେରୀ ଚାଷ କରିବା ସହିତ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଚାଷ କରାଇ ସ୍ୱାବଲମ୍ବୀ କରେଇବେ ବୋଲି ଦମୟନ୍ତୀ ମତ ପ୍ରକାଶ କରିଛନ୍ତି। (ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ)