logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆ ବ୍ଲକ ମନରେଗା କାର୍ଯ୍ୟରେ ଅନିୟମିତତା ଫଳକ ଅଛି, ସୂଚନା ନାହିଁ : ନିଦାବିଷ୍ଣୁ ସାଜିଛି ବ୍ଳକ ପ୍ରଶାସନ !

ଚମ୍ପୁଆ ବ୍ଲକ ମନରେଗା କାର୍ଯ୍ୟରେ ଅନିୟମିତତା
ଫଳକ ଅଛି, ସୂଚନା ନାହିଁ : ନିଦାବିଷ୍ଣୁ ସାଜିଛି ବ୍ଳକ ପ୍ରଶାସନ !

ଚମ୍ପୁଆ, ୧୫/୦୩: ସଂପ୍ରତି କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ମନରେଗା କାର୍ଯ୍ୟକୁ ପ୍ରାଧାନ୍ୟତା ଦେବା ସହିତ ପ୍ରତି ଗ୍ରାମରେ ରହିଥିବା ଜବ କାର୍ଡ ଧାରୀ ଶ୍ରମିକ ମାନଙ୍କୁ ନିଜ ପଞ୍ଚାୟତ ମଧ୍ୟରେ ୧୨୫ ଦିନର ଗ୍ରାମୀଣ ରୋଜଗାରର ନୂଆ ଗ୍ୟାରେଣ୍ଟି ଦେଉଥିବା ବେଳେ ମନରେଗା କାର୍ଯ୍ୟ ଗୁଡ଼ିକୁ ତଦାରଖ କରୁଥିବା ଅଧିକାରୀ ମାନଙ୍କୁ ଅଳ୍ପ କାମ କରି ଅଧିକ ବିଲ ମଞ୍ଜୁର କରି ମାଲେ ମାଲ ହେବାର ନିଶା ଘାରି ଥିବାରୁ ଦିନକୁ ଦିନ ମନରେଗା ଯୋଜନା ଗୁଡିକରେ ସଠିକ ଭାବରେ କାମ ହେଉ ନଥିବା ଦେଖିବାକୁ ମିଳିଛି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ଚମ୍ପୁଆ ପଞ୍ଚାୟତ ସମିତି ଉନ୍ନୟନ ସଂସ୍ଥାର ଅଧିକାରୀ ମାନେ ମନରେଗା କାର୍ଯ୍ୟକୁ ଠିକ ଭାବରେ ପରିଚାଳନା କରୁ ନଥିବାରୁ ବ୍ୟାପକ ଦୁର୍ନୀତି ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚମ୍ପୁଆ ପଞ୍ଚାୟତ ସମିତି ତରଫରୁ ପର୍ଶଳା ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥ ପୁର ସ୍କୁଲ ଠାରୁ ଅରଡେଇ ନଦୀ ପର୍ଯ୍ୟନ୍ତ ଏକ କେନାଲ ଗାତ ଖୋଳା ଯାଇଛି। ଯାହାର କାର୍ଯ୍ୟାଦେଶ ଖୋଦ ଗ୍ରାମପଂଚାୟତ ପର୍ଶଳା ନାମରେ ରହିଥିବା ବେଳେ ଏହି କାର୍ଯ୍ୟ ପାଇଁ ନିର୍ମାଣ କରାଯାଇଥିବା ସୂଚନା ଫଳକକୁ ଦେଖିଲେ କାର୍ଯ୍ୟରେ ହୋଇଥିବା ଅନିୟମିତତାର ଗନ୍ଧ ବେଶ ବାରି ହୋଇ ପଡୁଛି। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରିବା ପାଇଁ ସରକାରଙ୍କ କଡା ନିୟମ ରହିଛି କିନ୍ତୁ କାମ ସ୍ଥାନରେ ସୂଚନା ଫଳକ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୁହେଁ କେବଳ ଫୋଟ ଉଠାଇ ବିଲ ପାଶ ପାଇଁ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି । ଜନସାଧାରଣ କାର୍ଯ୍ୟ ସ୍ଥାନକୁ ଯାଇ ତଥ୍ୟ ଜାଣିବାକୁ ଚାହିଁଲା ବେଳକୁ ସୂଚନା ଫଳକରେ ଅବଗତି ନିମନ୍ତେ ନା ଅଛି ଅଟକଳ ମୂଲ୍ୟ, ନା ଅଛି ଆର୍ଥିକ ବର୍ଷ। କାର୍ଯ୍ୟରମ୍ଭ କି କାର୍ଯ୍ୟଶେଷ କୌଣସି ସୂଚନା ଲେଖା ଯାଇ ନ ଥିବା ଦେଖିବାକୁ ମିଳିଛି। ଯାହା ଚମ୍ପୁଆ ବ୍ଲକ ତରଫରୁ ହେଉଥିବା ମନରେଗା କାମ ଗୁଡିକର ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସମ୍ପୂର୍ଣ୍ଣ ସୂଚନା ଲେଖିବା ପାଇଁ କଡା ନିୟମ ରହିଥିଲେ ସୁଦ୍ଧା ଏଠାରେ ସରକାରୀ ନିୟମକୁ ଅଧିକାରୀ ମାନେ ଖୋଲାଖୋଲି ଉଲଂଘନ କରି ପକେଟ ଗରମ କରୁଥିବା କୁହା ଯାଉଛି। କାମ କରିବା ପାଇଁ ୫୦ ଶ୍ରମିକଙ୍କ ମାଷ୍ଟର ରୋଲ ବାହାରୁଛି ସତ କିନ୍ତୁ କାମ କରୁଛନ୍ତି ୨୦, ବାକି ୩୦ ଶ୍ରମିକ କାର୍ଯ୍ୟ ସ୍ଥଳକୁ ନ ଆସି ଘରେ ବସି ମଜୁରୀ ନେଉଛନ୍ତି। ଏହା ହେଉଛି ଚମ୍ପୁଆ ବ୍ଲକ ମନରେଗା କାର୍ଯ୍ୟର ସ୍ବଚ୍ଛତା। ମନରେଗା କାର୍ଯ୍ୟ ସ୍ଥଳରେ ତିଆରି ହେଉଥିବା ସୂଚନା ଫଳକ ଗୁଡିକରେ କାହିଁକି ସମ୍ପୂର୍ଣ୍ଣ ସୂଚନା ଲେଖା ଯାଉ ନାହିଁ ବୋଲି ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇଙ୍କୁ ପଚାରିବାରୁ ସେ କଥାକୁ ବାଁରେଇ ଯିବା ସହିତ ନ ଲେଖି ଭୁଲ କରିଛନ୍ତି ବୋଲି କହିଥିଲେ। ମନରେଗା କାର୍ଯ୍ୟରେ ହେଉଥିବା ଅନିୟମିତତା କାଳେ ପଦାରେ ପଡିଯିବ ସେହି ଭୟ ଅଧୀକାରୀଙ୍କୁ ଘାରିଛି। ଏଣୁ ସୂଚନା ଫଳକରେ କୌଣସି ସୂଚନା ନ ଲେଖି ନିଜ ନିଜ ପକେଟ ଗରମ କରିବା ପାଇଁ ଅଧିକାରୀ ମାନଙ୍କ ଗୁପ୍ତ ପରାମର୍ଶ ହେଉଥିବା କଥା ଆଜି ଜନସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଚମ୍ପୁଆ ବ୍ଲକ ତରଫରୁ ହେଉଥିବା ମନରେଗା କାର୍ଯ୍ୟ ଗୁଡ଼ିକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବରେ ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

ଖଣ୍ଡାଧାର ନିଉଜ- ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।

14
1091 views

Comment