logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ଖବର ଆଜିର* ତାରିଖ:୧୭/୦୩/୨୬, ମଙ୍ଗଳବାର

*ଖବର ଆଜିର*
ତାରିଖ:୧୭/୦୩/୨୬, ମଙ୍ଗଳବାର

୧-ଭୁବନେଶ୍ୱର:ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ।

୨-ଆଜିଠୁ ଘରୋଇ ସ୍କୁଲରେ RTE ନାମଲେଖା,ପ୍ରଥମ ପର୍ଯ୍ୟାୟ ପାଇଁ ୨୭୩୭୦ ଜଣ ମନୋନୀତ।

୩-କଟକ ଏସସିବିର ICUରେ ଭୟାବହ ଅଗ୍ନିକାଣ୍ଡ : ମିଳିଲା ୧୨ମୃତକଙ୍କ ପରିଚୟ।

୪-ଏସସିବି ଟ୍ରାଜେଡି : ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ।ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠିତ।

୫-ଭୁବନେଶ୍ଵର: ରାଜ୍ୟସଭା ମତଦାନ ବେଳେ ବିଧାନସଭାରେ ହଙ୍ଗାମା। ଶାସକ-ବିରୋଧି ମୁହାଁମୁହିଁ ।

୬-ବିଜେଡି-କଂଗ୍ରେସର ରାଜ୍ୟସଭା ରଣନୀତି ଫୁସ୍; ଆଶଙ୍କାଠୁ ବି ବେଶୀ ପଡ଼ିଲା କ୍ରସ୍ ଭୋଟିଂ।

୭-ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା, ବିଜେଡିକୁ ନିଶାନା କଲେ ବିଜୟ ମହାପାତ୍ର; କହିଲେ,ଦଳ ଭିତରେ ଜଳୁଛି ଅସନ୍ତୋଷ, ଆଗକୁ ଓଡିଶାରେ ହେବ ବଡ଼ ପରିବର୍ତ୍ତନ।

୮-ଧଉଳି: ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ମାଡିଗଲା କାର୍ ୨ ମହିଳାଙ୍କ ସମେତ ୩ ମୃତ,ଜଣେ ଗୁରୁତର।

୯-କଟକ: SCB ଅଗ୍ନିକାଣ୍ଡ ପରେ ତେଜିଲା ରାଜନୀତି, ନେତାଙ୍କ ସୁଅ,ବୟାନ ବାଜି ଜାରି।

୧୦-କିଟ୍ କ୍ୟାମ୍ପସ ବୁଲି ଦେଖିଲେ ରିଲାଏନ୍‍ସ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନୀତା ଅମ୍ୱାନୀ।

୧୧-KISS ହ୍ୟୁମାନିଟାରିଆନ ସମ୍ମାନ-୨୦୨୫ ଗ୍ରହଣ କଲେ ନୀତା ଅମ୍ବାନୀ, ଏହି ସମ୍ମାନ ମୋର ନୁହେଁ ସମ୍ପୂର୍ଣ୍ଣ ରିଲାଏନ୍ସ ପରିବାରର କହିଲେ।

୧୨-ରାଜନଗର:ଭିତରକନିକା ଓ ଗହୀରମଥାକୁ ଜଗିବ ଡ୍ରୋନ, ବେଆଇନ ମାଛ ମାରୁଥିବା ଟ୍ରଲର ଗୁଡିକୁ କରିବ ଚିହ୍ନଟ।

୧୩-ରାଜ୍ୟସଭା ନିର୍ବାଚନ:ଛେଳି , ମେଣ୍ଢା ଭଳି ମୁଣ୍ଡ ବିକିଦେଲେ ୩ ବିଧାୟକ … ଅସନ୍ତୋଷ ଝାଡ଼ିଲେ ପିସିସି ସଭାପତି ଭକ୍ତ ଚରଣ ଦାସ।

୧୪-Gen-Z ପୁରୁଷଙ୍କ ଚିନ୍ତାଧାରା ନେଇ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ; ସମସ୍ତଙ୍କର ଦରକାର ଆଜ୍ଞାକାରୀ ସ୍ତ୍ରୀ।ପାରମ୍ପରିକ ଭୂମିକାକୁ ସମସ୍ତେ କରୁଛନ୍ତି ସମର୍ଥନ।

୧୫-ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର : PNG କନେକ୍ସନ୍ ଥିଲେ ୫୦୦ଟଙ୍କା ରିହାତି ମିଳିବ।

୧୬-ସନରାଇଜର୍ସ ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରିପାରେ । ପାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଅଭିଷେକ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରାଯିବା ନେଇ ଚର୍ଚ୍ଚା।

୧୭-ସଂସଦରେ ପୁଣି ଉଠିଲା ରନ୍ଧନ ଗ୍ୟାସ୍ ପ୍ରସଙ୍ଗ, ରାଜ୍ୟସଭାରେ ଶାସକ-ବିରୋଧୀ ମୁହାଁମୁହିଁ।

୧୮-ଟଳିବ LPG ସଙ୍କଟ! ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଆଶ୍ୱସ୍ତି, ୫୪ ହଜାର ଟନ LPG ଧରି ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା ଜାହାଜ।

୧୯-ଦୁବାଇ ବିମାନବନ୍ଦର ବନ୍ଦ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ସମସ୍ତ ବିମାନ ବାତିଲ।

୨୦-ବ୍ୟାଙ୍କକ୍‌:ବକ୍ସିଂ ବିଶ୍ବକପ୍‌, ଚନ୍ଦ୍ରିକାଙ୍କୁ ସ୍ୱର୍ଣ୍ଣ, ଭାରତ ଜିତିଲା ୫ ପଦକ।

୨୧-ୟୁକ୍ରେନକୁ ଶକ୍ତ ଝଟ୍‌କା ଦେଲା ରୁଷ୍, ଇରାନ୍ ଯୁଦ୍ଧ ମଧ୍ୟରେ ୧୭୦ ଡ୍ରୋନ୍ ଧ୍ବଂସ କଲା ମସ୍କୋ।

3
100 views

Comment