logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

ଦେବଗଡ଼ ତା ୧୫/୦୩/୨୦୨୬ ରିଖ :-
ଦେବଗଡ଼ ଜିଲ୍ଲା ବୈଧମାପ ବିଜ୍ଞାନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବୈଧମାପ ବିଜ୍ଞାନ ବିଭାଗ ପକ୍ଷରୁ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ କରାଯାଇଛି। ଉପନିୟନ୍ତ୍ରକ ବୈଧମାପ ବିଜ୍ଞାନ ରଞ୍ଜନା କୁମାରୀ ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଯୋଗାଣ ଅଧିକାରୀ କିଶୋର ଚନ୍ଦ୍ର ମହାରଣା, ଅତିରିକ୍ତ ଯୋଗାଣ ଅଧିକାରୀ ଜିତେନ୍ କୁମାର ରାଉତ ବରଣ୍ୟ ଅତିଥି ଭାବେ ଓ ବରିଷ୍ଠ ଆଇନଜୀବୀ ପ୍ରଭାସ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।
ବକ୍ତାମାନେ ଉପଭୋକ୍ତାମାନଙ୍କୁ ସଚେତନ ହେବା ପାଇଁ ଆହ୍ୱାନ ଜଣାଇ କହିଥିଲେ ଯେ, କୌଣସି ଜିନିଷ କିଣିବା ବେଳେ ତାହାର ମୂଲ୍ୟ, ମାନ ଓ ଏକ୍ସପାୟରି ତାରିଖ ସଠିକ୍ ଭାବରେ ଯାଞ୍ଚ କରିବା ଅତ୍ୟାବଶ୍ୟକ। ଯଦି କୌଣସି ବ୍ୟବସାୟୀ ସଠିକ୍ ମୂଲ୍ୟରେ ସାମଗ୍ରୀ ନଦେଇଥାନ୍ତି କିମ୍ବା ଉପଭୋକ୍ତାଙ୍କ ସହ ଅନ୍ୟାୟ କରାଯାଏ, ତେବେ ଖାଉଟି ଅଦାଲତରେ ଆଶ୍ରୟ ନେଇ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା।
ଏହି ବର୍ଷର ବିଷୟ “ନିରାପଦ ଉତ୍ପାଦ, ଆତ୍ମବିଶ୍ୱାସୀ ଉପଭୋକ୍ତା” ଉପରେ ମଧ୍ୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ ଓ ସଚେତନ ନାଗରିକମାନେ ଉପସ୍ଥିତ ଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।

3
842 views

Comment