logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ତରଫରୁ ଶୀତତାପ ନିୟନ୍ତ୍ରିତ ମହାଯାତ୍ରା ଗାଡି ଲୋକାର୍ପିତ।

କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ତରଫରୁ ଶୀତତାପ ନିୟନ୍ତ୍ରିତ ମହାଯାତ୍ରା ଗାଡି ଲୋକାର୍ପିତ।

କେନ୍ଦୁଝର: ୧୪/୦୩ (ଖଣ୍ଡାଧାର ନିଉଜ) ଓଡ଼ିଶାର ବିତ୍ତଶାଳୀ ସଙ୍ଘ କେନ୍ଦୁଝର ଟ୍ରକ ମାଲିକ ସଙ୍ଘ ତରଫରୁ ଆଜି ପୂର୍ବାହ୍ନ ଏଗାର ଘଟିକା ସମୟରେ କେନ୍ଦୁଝର ସହର ସ୍ଥିତ ଧାଙ୍ଗଡ଼ପଡା ଠାରେ ଥିବା ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶୀତତାପ ନିୟନ୍ତ୍ରିତ ମହାଯାତ୍ରା ଗାଡି ସମାଜସେବା ଉଦେଶ୍ୟରେ ଲୋକାର୍ପିତ ହୋଇଯାଇଛି। ଉକ୍ତ ଲୋକାର୍ପଣ ଉତ୍ସବରେ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ସମ୍ପାଦକ ପ୍ରଦୀପ କୁମାର ବାରିକ, ସଭାପତି ପଦ୍ମଲୋଚନ ସାହୁ, ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ, ପୂର୍ବତନ ଉପସଭାପତି ତଥା ସମାଜସେବି ଦିଲୀପ କୁମାର ପଣ୍ଡା, ପୂର୍ବତନ ଯୁଗ୍ମ ସମ୍ପାଦକ ତଥା କାଉନସିଲର ନିହାର କୁମାର ଦାସ, ଉପସଭାପତି ଦେବଦତ୍ତ ନାଏକ ଏବଂ ସଙ୍ଘର ସମସ୍ତ କର୍ମକର୍ତା ଓ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ। ଏହିଭଳି ନିସ୍ଵାର୍ଥପର ସମାଜସେବା ପାଇଁ ଜିଲ୍ଲାବାସୀ ଟ୍ରକ ମାଲିକ ସଙ୍ଘର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। (ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)

3
630 views

Comment