logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଙ୍ଗଲରେ ନିଆଁ ଲଗେଇ ଥିବା ଅଭିଯୋଗ ରେ ୨ ଗିରଫ।

ଜଙ୍ଗଲରେ ନିଆଁ ଲଗେଇ ଥିବା ଅଭିଯୋଗ ରେ ୨ ଗିରଫ।

ପାଟଣା:୧୪/୩, ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣି ଜଙ୍ଗଲରେ ଗତକାଲି ଉଦ୍ଦେଶ୍ୟ ମୁଳକ ଭାବେ ନିଆଁ ଲଗାଇ ଥିବା ୨ ଜଣ ବ୍ୟକ୍ତି ଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛି।ସେମାନେ ହେଲେ ଘଟଗାଁ ଥାନା ଅଞ୍ଚଳ ତୋରାଣିପୋଖରୀ ପଞ୍ଚାୟତ ଗୋପପୁର ଗ୍ରାମର କୃଷ୍ଣ ଚନ୍ଦ୍ର ନାୟକ ଓ ବାସୁଦେବ ନାୟକ ବୋଲି ପାଟଣା ବନପାଳ ନିରଞ୍ଜନ ସେଠୀ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।ଜଙ୍ଗଲ ରେ ଉଦ୍ଦେଶ୍ୟ ମୁଳକ ଭାବେ କେହି ନିଆଁ ଲଗାଇଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନପାଳ କହିଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

7
674 views

Comment