logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ତରଫରୁ ଅଶୋକ ନାଏକଙ୍କୁ ବିସ୍ଥାପିତ କରିବା ପୂର୍ବରୁ ବାସୋପଯୋଗୀ ସ୍ଥାନରେ ଥଇଥାନ କରାଯିବ ବୋଲି ସୁନିଶ୍ଚିତ କଲେ।

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ତରଫରୁ ଅଶୋକ ନାଏକଙ୍କୁ ବିସ୍ଥାପିତ କରିବା ପୂର୍ବରୁ ବାସୋପଯୋଗୀ ସ୍ଥାନରେ ଥଇଥାନ କରାଯିବ ବୋଲି ସୁନିଶ୍ଚିତ କଲେ।

କେନ୍ଦୁଝରଗଡ: ୧୩/୦୩ (ଖଣ୍ଡାଧାର ନିଉଜ) ଦରଖାସ୍ତକାରୀ ସଂପୂର୍ଣ୍ଣ ଭୂମିହୀନ କାରଣରୁ ଦିର୍ଘଦିନ ଧରି ପ୍ରାୟତଃ ୨୫ ବର୍ଷ ହେବ ୱାର୍ଡ ନମ୍ବର-୭, ସାମନ୍ତରାୟ ପୁର ଶାସନ ସ୍ଥିତ ପୋଖରୀ ହୁଡା ରେ ଅସ୍ଥାୟୀ ବାସସ୍ଥଳୀ କଚ୍ଚା ଘର କରି ଜୀବନଯାପନ କରୁଅଛି। ସେଥିରେ ଅଶୋକ ର ବ୍ରୁଦ୍ଧାମାଆ, ସ୍ତ୍ରୀ ଏବଂ ଦୁଇଟି ନାବାଳକ ଶିଶୁପୁତ୍ରଙ୍କୁ ନେଇ ଦିନ ମଜୁରିଆ କାର୍ଯ୍ୟ କରି ଜୀବନଯାପନ କରୁଅଛି। ଅଶୋକର ନିଜର କିମ୍ବା ପୌତ୍ରୀକ ଜାଗା ବାଡ଼ି ବୋଲି ଆଦୌ କିଛି ନାହିଁ, ଯାହାଫଳରେ ଉକ୍ତ ସ୍ଥାନରେ ଆଶ୍ରୟ ଗ୍ରହଣ କରିବାକୁ ବାଧ୍ଯ ହୋଇଅଛି।

ପୂର୍ବ ସରକାର ସମୟରେ ଜାଗା ମିଶନ ମାଧ୍ୟମରେ ଅଶୋକ ନାଏକ ଏବଂ ତାର ପରିବାରବର୍ଗକୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବାକୁ ପତ୍ର ଦେଇ ସୁନିଶ୍ଚିତ କରିଥିଲେ ବୋଲି ଦରଖାସ୍ତ ରେ ଉଲ୍ଲେଖ କରିବା ସହିତ ପ୍ରମାଣ ଦେଇଥିଲେ। କିନ୍ତୁ ଅଦ୍ୟାବଧି ପୌର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ତଥା ରାଜ୍ଯ ସରକାରଙ୍କ ତରଫରୁ କୌଣସି ପ୍ରକାରର ସହାୟତା ପ୍ରଦାନ କରାଗଲାନାହିଁ। ଏପରିକି ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବାକୁ ବ୍ଯବସ୍ଥା ମଧ୍ଯ କରାଯାଇନାହିଁ। ଏପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ସରକାରୀ ସଂସ୍ଥା କେନ୍ଦୁଝରଗଡ ପୌର ପ୍ରଶାସନ ତରଫରୁ ନୋଟିସ ପ୍ରଦାନ କରିଛନ୍ତି। ନୋଟିସ ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ନୋଟିସ ପାଇବାର ତିନିଦିନ ମଧ୍ଯରେ ଉକ୍ତ ରହୁଥିବା ସ୍ଥାନ ପରିତ୍ଯାଗ କରିବା ପାଇଁ କୁହାଯାଇଛି। ନଚେତ୍ ଆଇନ୍ ଅନୁସାରେ ଜବରଦଖଲ ଉଚ୍ଛେଦ କରାଯିବା ବୋଲି ସ୍ପଷ୍ଟ କରାଯାଇଛି।

ଅଶୋକ ନାଏକ କହିବା କଥା ମୁଁ, ଜଣେ ଭାରତୀୟ ନାଗରିକ ଭାବରେ ମୋର ସାମ୍ବିଧାନିକ ମୌଳିକ ଅଧିକାର ଏବଂ ମାନବାଧିକାର ସୁବିଧା ଗୁଡିକ ପାଇବାରୁ ମୋତେ ତଥା ମୋର ପରିବାରବର୍ଗକୁ ବଞ୍ଚିତ କରାଯାଉଛି। ଆପଣଙ୍କ ସରକାରଙ୍କ ପ୍ରତି ବିନମ୍ର ଅନୁରୋଧ କରୁଅଛି କି, ପୌର ଆଇନ ଅନୁଯାୟୀ ଭୂମିହୀନ ପରିବାର ପ୍ରତି ସାମ୍ବିଧାନିକ ମୌଳିକ ଅଧିକାର ଗୁଡିକ ଯୋଗାଇଦେବା ବ୍ୟବସ୍ଥା ରହିଛି। ମୋତେ ତଥା ମୋର ପରିବାରର ସମସ୍ତ ସଦସ୍ଯ/ସଦସ୍ୟମାନଙ୍କୁ ବାସୋପଯୋଗୀ ସ୍ଥାନରେ ଥଇଥାନ କରାଯିବା ପରେ ବର୍ତ୍ତମାନ ରହୁଥିବା ସ୍ଥାନରୁ ଉଚ୍ଛେଦ କରାଗଲେ, ସେଥିରେ ଆମ୍ଭର କୌଣସି ପ୍ରକାରର ଆପତ୍ତି ଅଭିଯୋଗ କରିବାର ନାହିଁ। ଆମ୍ଭେ କୌଣସି ପ୍ରକାରର ପ୍ରଶାସନିକ କାର୍ଯ୍ୟ ତଥା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାଘାତ ଉତ୍ପନ୍ନ କିମ୍ବା ପ୍ରତିରୋଧ କରିବା ପାଇଁ ଷଡଯନ୍ତ୍ର କରୁନାହୁଁ। ଆମ୍ଭମାନଙ୍କୁ କେବଳ ସାମ୍ବିଧାନିକ ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଦରଖାସ୍ତ ଦ୍ବାରା ବିନମ୍ରତାର ସହିତ ପ୍ରାର୍ଥନା କରୁଅଛୁ ବୋଲି ଅଶୋକ ନାଏକ କହିଛନ୍ତି। ସରକାର ତଥା ପ୍ରଶାସନ ତରଫରୁ ଉପଯୁକ୍ତ ବାସୋପଯୋଗୀ ସ୍ଥାନରେ ମୋର ପରିବାରକୁ ଥଇଥାନ କରାନଯିବା ପର୍ଯ୍ୟନ୍ତ ଉକ୍ତ ସ୍ଥାନରୁ ବିସ୍ଥାପିତ ନ କରାଯାଉ।

ଅଶୋକ ନାଏକ ର ଦରଖାସ୍ତ ସହିତ ସମସ୍ତ ଦସ୍ତାବିଜ ଗୁଡିକ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ତରଫରୁ ମୁଖ୍ଯ ଅଭିଯୋଗ ଗ୍ରହଣକାରୀ ଶ୍ରୀଯୁକ୍ତ ବଟକୃଷ୍ଣ ଦେହୁରୀ ଏବଂ ଶ୍ରୀଯୁକ୍ତ ଶରତ ବାରିକଙ୍କ ଦ୍ବାରା ପୁଙ୍ଖାନୁପୁଙ୍ଖ ତର୍ଜମା କରାଯିବା ସହିତ ଅଶୋକ ନାଏକ ଓ ତାଙ୍କର ପରିବାର ପ୍ରତି କୌଣସି ପ୍ରକାରର ଅନ୍ୟାୟ କରାଯିବ ନାହିଁ ବୋଲି ସ୍ପଷ୍ଟ କଲେ। ଉପଯୁକ୍ତ ସ୍ଥାନରେ ଥଇଥାନ ନକରିବା ପର୍ଯ୍ୟନ୍ତ ଉକ୍ତ ସ୍ଥାନରୁ ବିସ୍ଥାପିତ ନକରିବା ପାଇଁ କେନ୍ଦୁଝରଗଡ ପୌର ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିଥିଲେ। ଏହା ସହିତ ପୌର ନିର୍ବାହୀ ଅଧିକାରୀଙ୍କୁ ସ୍ପଷ୍ଟ କରାଯାଇଛି ଅଛି, ଯେହେତୁ ପୌର ପ୍ରଶାସନ ତରଫରୁ ପୂର୍ବରୁ ଅଶୋକ ନାଏକ କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବା ପାଇଁ ପତ୍ର ଦେଇଥିଲେ। ବର୍ତ୍ତମାନ ପୌର ପ୍ରଶାସନ ତରଫରୁ ବିସ୍ଥାପିତ କରିବା ପୂର୍ବରୁ ଦରଖାସ୍ତକାରୀ ଙ୍କୁ ବାସୋପଯୋଗୀ ସ୍ଥାନରେ ଥଇଥାନ ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ତରଫରୁ ସୁନିଶ୍ଚିତ କରାଯାଇଛି।

13
663 views

Comment