Sundergarh braking news.....
ସୁନ୍ଦରଗଡ଼ :୧୨/୩(ସତ୍ୟାନ୍ୟୁଜ) ବଡ଼ଗାଁ ଥାନା ଏ ଏସ ଆଇ ଅରୂପା ନନ୍ଦ ଦାସ ଙ୍କ ଘରୁ ମିଳିଲା ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା। ଏହା ସହ ଭିଏତନାମ ଦେଶର କରେନ୍ସି , ବିପୁଳ ପରିମାଣ ର ବିଦେଶୀ ମଦ ମଧ୍ୟ ଜବତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାର ସହକାରୀ ସବ୍ ଇନ୍ସପେକ୍ଟର ଜଣେ ମଦ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ରାଉରକେଲା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡ଼ିବା ପରେ ତାଙ୍କ ର ୪ ଟି ଠିକଣାରେ ଚଢାଉ ହୋଇ ଥିଲା। ବଡ଼ଗାଁ ଥାନା କ୍ୟାମ୍ପସ ରେ ଥିବା ସରକାରୀ କ୍ୱାର୍ଟର ଯାଞ୍ଚ ବେଳେ ଭିଜିଲାନ୍ସ ବିଭାଗ କୁ ନଗଦ ୧ ଲକ୍ଷ ୫୭ ହଜାର ସହ ଅନ୍ୟାନ୍ୟ ଆପତ୍ତି ଜନକ ସାମଗ୍ରୀ ମିଳିଛି। ଭିଜିଲାନ୍ସ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।