logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନୃପଲାଲ ଉଦ୍ୟାନରେ ପରିବାଚାଷ ଶିଶୁଉଦ୍ୟାନ କି କିଚେନ୍ ଗାର୍ଡେନ୍

ବରପାଲି ନୃପଲାଲ ଉଦ୍ୟାନ ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହେ। ଇଛି । ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ଉଦ୍ୟାନ ଭିତରେ ବଉଁମାନ କଦଳୀ,ବାଇଗଣ ଓ ପାତଲଘଣ୍ଟା ଆଦି ଚାଷ କରାଯାଇଛି । ଏପରି ଲୋକଙ୍କ କହିବା ଅନୁଯାୟୀ ଆମେ।ଦ ବିନୋଦନ ଓ ଶିଶୁମାନଙ୍କ ଖେଳକୁଦ ମନେ।ରଞ୍ଜନ ପାଇଁ ଏହି ଉଦ୍ୟାନ ନିର୍ମାଣ ହେ।ଇଛି । କିନ୍ତୁ ଉଦ୍ୟାନ ଭିତରେ ପରିବା ଚାଷ ହେଉଥ‌ିବାରୁ ଏହାର କି ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାର ନିର୍ମାଣକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ଅନିୟମିତତା ନେଇ ଚର୍ଚ୍ଚା ହୋଇଥିଲା । ଏବେ ଉଦ୍ୟାନ ଭିତରେ ପରିବା ଚାଷ ହେଉଥ‌ିବା ଘଟଣାକୁ ନେଇ ଏହା ଶିଶୁ ଉଦ୍ୟାନ ନାଁ କିଚେନ ଗାର୍ଡେନ” ବୋଲି ବିଭିନ୍ନ ମହଳରେ ଆଲୋଚନାର ଖୋରାକ ଯୋଗାଇଛି । ସେହିପରି ବିଧାୟକ ସନତ ଗଡତିଆଙ୍କ କରକମଲ ରେ ଉଦଘାଟିତ ଉଦ୍ୟାନ ଭିତରେ ଏଭଳି ଅନିୟମିତତାକୁ ବିଧାୟକ କିପରି ଜାଣିପାରିଲେ ନାହିଁ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

0
442 views

Comment