logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲା ସ୍ତରୀୟ ମହିଳା ସମ୍ମିଳନୀ ଆୟୋଜିତ

ଦେବଗଡ଼ ୧୧/୦୩/୨୦୨୬ ରିଖ :- କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଓ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି (FES), ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଦେଓଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ମହିଳା ସମ୍ମିଳନୀ ଆଜି ଜିଲ୍ଲା କୃଷି ଅଧିକାରୀଙ୍କ ସମ୍ମିଳନୀ କକ୍ଷ, ଦେଓଗଡ଼ ଠାରେ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଦେଓଗଡ଼ ଜିଲ୍ଲାର ପ୍ରାକୃତିକ କୃଷି କରୁଥିବା ମହିଳା କୃଷକ ଓ ଓଡିଶା ଜୀବିକା ମିଶନର କୃଷିମିତ୍ରମାନେ ବ୍ୟାପକ ଭାବେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ FES ର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ଅରୁଣିମା ସ୍ୱାଇ ସ୍ୱାଗତ ଭାଷଣ ପ୍ରଦାନ କରି ସଭାକୁ ସ୍ୱାଗତ କରିଥିଲେ। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଦେଓଗଡ଼ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ପାତ୍ର ଉପସ୍ଥିତ ଥିଲେ। ଏହାସହ ଏଡିଏଚ୍ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସାହୁ, କେଭିକେର ସିନିୟର ସାଇଣ୍ଟିଷ୍ଟ ଶ୍ରୀ କ୍ଷୀରୋଦ କୁମାର ବିଶ୍ୱାଳ, ଓଏଲଏମ୍ ଡିପିଏମ୍ ଶ୍ରୀ ଶିଶିର କୁମାର ଷଡ଼ଙ୍ଗୀ, ଉପ ପ୍ରକଳ୍ପ ନିର୍ଦେଶକ (ମୃତ୍ତିକା ସଂରକ୍ଷଣ) ଓ ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ମାରାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ। ଅତିଥିମାନେ ମହିଳା କୃଷକମାନଙ୍କର କୃଷି କ୍ଷେତ୍ରରେ ଅବଦାନ ଓ ପ୍ରାକୃତିକ କୃଷିର ଗୁରୁତ୍ୱ ସମ୍ପର୍କରେ ମତାମତ ରଖିଥିଲେ।
ଏହି ଅବସରରେ ପ୍ରାକୃତିକ କୃଷିକୁ ଆଗକୁ ନେବାରେ ସହଯୋଗ କରୁଥିବା କୃଷକ ଓ କୃଷିମିତ୍ରମାନଙ୍କୁ FES ପକ୍ଷରୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମର ଶେଷରେ FES ଦେଓଗଡ଼ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଲିଙ୍ଗରାଜ ମହାକୁଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ।

0
263 views

Comment