logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସେମିଳିଗୁଡା ମହାବିଦ୍ୟାଳୟକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ପରିଦର୍ଶନ, ସେମିଳିଗୁଡା,କୋରାପୁଟ, ଓଡିଶା,ତା୧୧/୩/୨୬(ବୁଧବାର)

ସେମିଳିଗୁଡ଼ା ମହାବିଦ୍ୟାଳୟକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ପରିଦର୍ଶନ।
ସେମିଳିଗୁଡା କଲେଜକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ଜୟପୁର ଡ. ମହେଶ୍ୱର ଭୋଇ ପରିଦର୍ଶନ କରିଥିଲେ। କଲେଜର ମୁଖ୍ଯ ଫାଟକରେ ଅଧ୍ୟକ୍ଷା ଡ. ଝାନ୍ସି ସିଂହ ଓ ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନେ ତାଙ୍କୁ ଆତ୍ମୀୟ ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ ଅଧ୍ୟକ୍ଷା ଡ. ଝାନ୍ସି ସିଂହ ଡ. ମହେଶ୍ୱର ଭୋଇଙ୍କୁ ସମସ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କ ସହ ପରିଚୟ କରାଇଥିଲେ। ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଉପହାର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଡ. ଭୋଇ କଲେଜର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ। ଭିନ୍ନ ଭିନ୍ନ କଲେଜରେ ଅଧ୍ୟାପକ ଭାବେ କାମ କରିଥିବା ସମୟର କିଛି ଅନୁଭୂତି ସମସ୍ତଙ୍କ ସହ ବାଣ୍ଟି ଥିଲେ। ସେ କହିଥିଲେ ଯେ, ଏହି କଲେଜରେ ଅଧିକ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ଥିବାରୁ ସେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି। ନିଜ ଆଚରଣ ଓ କାର୍ଯ୍ୟଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରେରିତ କରିବାକୁ ସେ ଆଶା ବ୍ୟକ୍ତ କରିଥିଲେ। ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କର ଲେସନ୍ ପ୍ଲାନ୍ ପରଖିବା ସହ କଲେଜର କ୍ୟାଶ୍ ବୁକ୍ ମଧ୍ୟ ଯାଞ୍ଚ କରିଥିଲେ। ପରେ ସେ ସମ୍ପୂର୍ଣ୍ଣ କଲେଜ ପରିସର ପରିଦର୍ଶନ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ପାଇଁ ସମସ୍ତଙ୍କୁ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟତଃ ଶ୍ରୀ ଦେବରାଜ ନାୟକ, ଡ ସୁଭ୍ରାଂଶୁ ସୁନ୍ଦର ଦାସ, ଡ ଗୀତା ପଟ୍ଟନାୟକ, ଡ ବିଦ୍ୟୁତ ପ୍ରଭା ରାଉତ, ଶ୍ରୀ ସୁରେଶ ପାଇକରାୟ, ଶ୍ରୀ ହରପ୍ରସାଦ ପତି, ଶ୍ରୀ ବିନୋଦ ଲେଙ୍କା, ଶ୍ରୀମତୀ ରୋନାଲି ନାୟକ, ଶ୍ରୀମତୀ ବବିତା ମିଶ୍ର, ଶ୍ରୀମତୀ ଦେବଲୀନା ସାହା, ଶ୍ରୀମତୀ ସ୍ନିଗ୍ଧା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

27
1334 views

Comment