ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପରିବାର ପରାମର୍ଶ କେନ୍ଦ୍ରର ବରିଷ୍ଠ ପରାମର୍ଶଦାତ୍ରୀ ସମ୍ବର୍ଦ୍ଧିତ।
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପରିବାର ପରାମର୍ଶ କେନ୍ଦ୍ରର ବରିଷ୍ଠ ପରାମର୍ଶଦାତ୍ରୀ ସମ୍ବର୍ଦ୍ଧିତ।
କେନ୍ଦୁଝର, ୦୯/୦୩ (ଖଣ୍ଡାଧାର ନିଉଜ) ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କେନ୍ଦୁଝରଙ୍କ ମିଳିତ ସହଯୋଗରେ ମ୍ୟୁନିସିପାଲିଟିର ସେଲ ଅଡିଟରିଅମ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଲ ସିଂ ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚଡ଼ି ଧନରାଜ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧଜ ମହାଳିକ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅଧିକାରିଣୀ ସବିତା ଦାଶ, ଆଇନ ସେବା ପ୍ରାଧିକରଣର ସଚିବ ସସ୍ମିତାନନ୍ଦିନୀ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ଉତ୍ସବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ବେଛାସେବୀ ସଂଗଠନ ତଦାଶା ଦ୍ୱାରା ପରିଚାଳିତ ପରିବାର ପରାମର୍ଶ କେନ୍ଦ୍ରର ବରିଷ୍ଠ ମହିଳା ପରାମର୍ଶଦାତ୍ରୀ ଜୟଶ୍ରୀ ଦାଶ ତାଙ୍କର ମହିଳାଙ୍କ ଦକ୍ଷତା ବୃଦ୍ଧି ଘରୋଇ ହିଂସାର ନିରାକରଣ ଓ ବାଲ୍ୟବିବାହ ରୋକିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ସହାୟତା ଓ ସେମାନଙ୍କ ସ୍ୱାର୍ଥ ରକ୍ଷାରେ ପରିବାର ପରାମର୍ଶ କେନ୍ଦ୍ର ତଦାଶା କେନ୍ଦୁଝରକୁ ରାଜ୍ୟରେ ଶ୍ରେଷ୍ଠ କେନ୍ଦ୍ର ଭାବେ ପରିଚିତ କରେଇବାରେ ଜୟଶ୍ରୀ ଦାଶଙ୍କର ପ୍ରମୁଖ ଅବଦାନ ରହିଛି। ଏଥିନିମନ୍ତେ ବିଭିନ୍ନ ବର୍ଗରୁ ତାଙ୍କୁ ଶୁଭେଚ୍ଛା ମିଳୁଛି।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।