ଜାମୁଦା ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ।
ଜାମୁଦା ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ।
ପାଟଣା,୯/୩- କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଜାମୁଦା ଗ୍ରାମସ୍ଥିତ ପିଏମ ଶ୍ରୀ ଗୋପବନ୍ଧୁ ହାଇସ୍କୁଲଠାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ‘ମୃତ୍ତିକା ସ୍ୱାସ୍ଥ୍ୟ ଓ ମୃତ୍ତିକା ଉର୍ବରତା ପରିଯୋଜନା’ ଅଧୀନରେ ଏକ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଏହି ଅଭିନବ ପ୍ରୟାସ ମାଧ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କୃଷି ବିଜ୍ଞାନ ସହ ଯୋଡ଼ିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି ଶିବିରରେ କେନ୍ଦୁଝର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପୃଥୁରାଜ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଣୀଗୃହର ସିଦ୍ଧାନ୍ତମୂଳକ ଶିକ୍ଷା ଏବଂ ପ୍ରାୟୋଗିକ କୃଷି ମଧ୍ୟରେ ଥିବା ଦୂରତାକୁ ଦୂର କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଛାତ୍ରଛାତ୍ରୀମାନେ ‘ମୃତ୍ତିକା ସ୍ୱାସ୍ଥ୍ୟ ଦୂତ’ ଭାବେ ଗଢ଼ିଉଠି ସ୍ଥାନୀୟ ଚାଷୀମାନଙ୍କୁ ମାଟିର ଗୁଣବତ୍ତା ରକ୍ଷା କରିବା ଦିଗରେ ସାହାଯ୍ୟ କରିପାରିବେ ବୋଲି ଅଭିଭାଷଣ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ କୃଷି ଜିଲ୍ଲା ଅଧିକାରୀ ବିଶ୍ୱଜୟୀ ମିଶ୍ର ଓ ମୃତ୍ତିକା ରସାୟନବିତ୍ ଯତୀନ୍ଦ୍ରନାଥ ଦାସ ଉପସ୍ଥିତ ରହି ମୃତ୍ତିକା ପରୀକ୍ଷାର ଗୁରୁତ୍ୱ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ପୋର୍ଟାଲର କାର୍ଯ୍ୟକାରିତା ବିଷୟରେ ଆଲୋକପାତ କରିଥିଲେ। ଶିବିରରେ ପ୍ରତ୍ୟକ୍ଷ ଭାବେ ମୃତ୍ତିକା ନମୁନା ସଂଗ୍ରହ ପଦ୍ଧତି ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଛାତ୍ରଛାତ୍ରୀମାନେ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷା ଯାନ ପରିଦର୍ଶନ କରି ମାଟି ପରୀକ୍ଷା ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ କରିଥିଲେ।ସାହାରପଡା ବ୍ଲକ କୃଷି ଅଧିକାରୀ ତନୟା ସାହୂ ଓ ସାହାରପଡା କୃଷି ବିଭାଗ ର କର୍ମଚାରୀବୃନ୍ଦ ଏବଂ କୃଷକ ସାଥିମାନେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନାରାମ ହେମ୍ବ୍ରମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜ୍ଞାନ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିବା ବେଳେ ଏହି ତାଲିମ ଶିବିର ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଥିଲା।
ଖଣ୍ଡାଧାର ନିଉଜ- ବିଜୟ ରତ୍ନ ପତିଙ୍କ ରିପୋର୍ଟ।