logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅସହାୟ ପରିବାରକୁ ଦଶାହ କ୍ରିୟା କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ସହାୟତା କଲେ ସମାଜ ସେବୀ।

ଅସହାୟ ପରିବାରକୁ ଦଶାହ କ୍ରିୟା କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ସହାୟତା କଲେ ସମାଜ ସେବୀ।

ହରିଚନ୍ଦନପୁର: ୦୯/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତେଳାପଶି ଗ୍ରାମ ପଞ୍ଚାୟତ ଖୁଣ୍ଟବନ୍ଧ ଗ୍ରାମର ସ୍ୱର୍ଗତ ବୁଟୁ ବେହେରାଙ୍କ ପରିବାର କହିଲେ ସ୍ତ୍ରୀ ସୁକାନ୍ତି ବେହେରା ଏବଂ ୭ ଗୋଟି ଝିଅ ୨ ଟି ଝିଅ ବାହାଘର ହୋଇଥିବା ବେଳେ ଆଉ ୫ ଜଣ ଝିଅ (୩)ସୁଜାତା ବେହେରା ଦଶମ ଶ୍ରେଣୀରେ ୨୦୨୨ ମସିହା ପରୀକ୍ଷା ଦେଇ ୩୧୭ ନମ୍ବର ରଖି ପାସ କରିଥିବା ବେଳେ ଅର୍ଥ ଅଭାବ ଯୋଗୁଁ +୨ ଶିକ୍ଷା ଅଧ୍ୟୟନରୁ ବଞ୍ଚିତ ଅନ୍ୟ ଚାରି ଭଉଣୀ (୪) ଯୋଶଦା ବେହେରା, (୫)ବର୍ଷା ବେହେରା, (୬)ମାନୀ ବେହେରା, (୭)ଆରତୀ ବେହେରା ପରିବାର ସମ୍ପୂର୍ଣ ବେସାହାରା ହୋଇ ଯାଇଥିବା ବେଳେ ଅନ୍ତିମ ସଂସ୍କାର ପରବର୍ତ୍ତୀ କ୍ରିୟାକର୍ମ କରିବା ପାଇଁ ସ୍ଥାନୀୟ ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଗ୍ରାମରୁ ସାମର୍ଥ୍ଯ ଅନୁଯାୟୀ ସମସ୍ତ ଗ୍ରାମ ବାସୀ ସାହାଯ୍ୟ ଲୋଡ଼ିଥିଲେ। ପରେ ଯୁବ ସାମ୍ବାଦିକ ହିରଣ୍ୟ କୁମାର ମହାନ୍ତଙ୍କୁ ଶୁଦ୍ଧିକ୍ରିୟା ବିଷୟରେ ଅବଗତ କରିଥିଲେ। ଦୁଃଖଦ ଖବର ଶୁଣି, ସଙ୍ଗେ ସଙ୍ଗେ ପଣ୍ଡାପଡା ଅଞ୍ଚଳର ଯୁବ ସାମ୍ବାଦିକ ପୁରୁଷୋତ୍ତମ ମହାନ୍ତଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇ ସହଯୋଗ କରିଛନ୍ତି। ପ୍ରକାଶ ଥାଉକି ସ୍ୱର୍ଗତ ବୁଟୁ ବେହେରା ପୂର୍ବରୁ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଅତି ଦୁଃଖର ବିଷୟ ତାଙ୍କ ମାଆ ନେତ ବେହେରା ଅସୁସ୍ଥ ଅନୁଭବ କରି ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା। ଅନ୍ୟ ପଟରେ ସରକାରଙ୍କ ଶିଶୁ ଶ୍ରମିକ ବନ୍ଦ କରୁଥିବା ବେଳେ ଏହି ଅନାଥ ଝିଅ ମାନେ ଅର୍ଥ ବାଧକ ଯୋଗୁଁ ପାଠ ପଢା ବନ୍ଦ କରି ଦିନ ମଜୁରୀଆ ଭାବେ କାର୍ଯ୍ୟକରି ପରିବାର ପ୍ରତି ପୁଷଣ କରୁଛନ୍ତି। ସରକାରଙ୍କ ତରଫରୁ ମିଳୁଥିବା ହରିଶ୍ଚନ୍ଦ୍ର ଯୋଜନାରେ ୩୦୦୦ ହଜାର ଟଙ୍କା ମିଳି ନଥିବା ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ସାମ୍ବାଦିକଙ୍କ ଫୋନ ମଧ୍ୟ ଉଠାଇ ନଥିଲେ। ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟି ଦେଲେ ବେସାହାରା ଛୁଆଙ୍କୁ ଉଚିତ ସରକାରୀ ସହାୟତାର ମାର୍ଗ ମିଳି ଯାଇ ପରିବ ବୋଲି ଗ୍ରାମ ବାସୀନ୍ଦାମାନେ ମତ ପ୍ରକାଶ କରିଛନ୍ତି।

ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

9
427 views

Comment