logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମହିଳା ସୁସ୍ଥ ତ ସମାଜ ସୁସ୍ଥ: କେନ୍ଦୁଝର ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ ଜମୁଛି ମହିଳା ଦିବସର ଉତ୍ସବ"।

ମହିଳା ସୁସ୍ଥ ତ ସମାଜ ସୁସ୍ଥ: କେନ୍ଦୁଝର ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ ଜମୁଛି ମହିଳା ଦିବସର ଉତ୍ସବ"।

କେନ୍ଦୁଝର,୭:୦୩:ମହିଳାମାନଙ୍କ ସ୍ୱାସ୍ଥ୍ୟ, ସଶକ୍ତିକରଣ ଏବଂ ନେତୃତ୍ୱକୁ ନୂତନ ଦିଶା ଦେବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡଠାରେ ଆସନ୍ତା ୬ ମାର୍ଚ୍ଚରୁ ୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ତିନି ଦିନ ଧରି 'ଆନ୍ତର୍ଜାତୀୟ ମହିଳା ଦିବସ' ବହୁ ଆଡ଼ମ୍ବରରେ ପାଳନ କରାଯାଉଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ପ୍ରଧାନ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଉଦଘାଟନୀ ଦିବସରେ ”ତାଙ୍କ ଶରୀର | ତାଙ୍କ ଶକ୍ତି” ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଥମ ଦିନରେ ସାମୂହିକ ଯୋଗ ଶିବିରରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ମହିଳାମାନଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବା ପାଇଁ ଉତ୍ସାହିତ କରାଯାଇ ଜୁମ୍ବା, ଏରୋବିକ୍ସ, ପାରମ୍ପରିକ ନୃତ୍ୟ ଓ ଦେଶୀୟ କ୍ରୀଡ଼ା ପ୍ରଦର୍ଶିତ ହୋଇଥିଲା। ସୁସ୍ଥ ପରିବାର ଓ ସମାଜ ପାଇଁ ଜଣେ ମହିଳା ହେଉଛନ୍ତି ପରିବାରର ତଥା ସମଜ ର କେନ୍ଦ୍ରବିନ୍ଦୁ। ଯଦି ଜଣେ ମହିଳା ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରୁହନ୍ତି, ସେ କେବଳ ନିଜ ପାଇଁ ନୁହେଁ, ବରଂ ନିଜ ପରିବାର, ଗ୍ରାମ ଏବଂ ସମଗ୍ର ରାଷ୍ଟ୍ରର ଉନ୍ନତି ପାଇଁ କାର୍ଯ୍ୟ କରିଥାନ୍ତି। ଦ୍ୱିତୀୟ ଦିନରେ "ସଶକ୍ତ ମହିଳା, ସଶକ୍ତ ରାଷ୍ଟ୍ର" ବିଷୟବସ୍ତୁ କୁ ଆଧାର କରି ମହିଳାମାନଙ୍କ ଆତ୍ମରକ୍ଷା କୌଶଳ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନେକ ସମୟରେ ମହିଳାମାନେ ରାସ୍ତାଘାଟରେ ଅସଦାଚରଣ ବା ଭୟର ସମ୍ମୁଖୀନ ହୁଅନ୍ତି। ଆତ୍ମରକ୍ଷା କୌଶଳ ସେମାଙ୍କୁ ନିର୍ଭୟରେ ପ୍ରତିବାଦ କରିବାର ଶକ୍ତି ଦେଇଥାଏ । ଏହା କେବଳ ଶାରୀରିକ ଶକ୍ତି ବଢ଼ାଏ ନାହିଁ, ବରଂ ଜରୁରୀକାଳୀନ ପରିସ୍ଥିତିରେ କିପରି ଶାନ୍ତ ରହି ବୁଦ୍ଧି ପ୍ରୟୋଗ କରିବାକୁ ହେବ, ତାହା ଶିଖାଏ। ଯେତେବେଳେ ଜଣେ ମହିଳା ଜାଣନ୍ତି ଯେ ସେ ନିଜକୁ ରକ୍ଷା କରିବାକୁ ସକ୍ଷମ, ସେତେବେଳେ ସେ କୌଣସି ଭୟ ନଥାଇ ସ୍ୱାଧୀନ ଭାବେ ନିଜର ଶିକ୍ଷା ଓ ବୃତ୍ତି କ୍ଷେତ୍ରରେ ଆଗକୁ ବଢ଼ିପାରନ୍ତି। ଏହି ସାମ୍ପ୍ରତିକ ପରିସ୍ଥିତିରେ ମହିଳାମାନେ ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ଆହ୍ୱାନର ଦୃଢ଼ ମୁକାବିଲା କରିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି। ଜୁଡୋ, ବକ୍ସିଂ, କରାଟେ ଏବଂ ମୁଆଇ ଥାଇ ଭଳି ସମରକଳାର ପ୍ରଶିକ୍ଷଣ ଓ ଚିତ୍ତାକର୍ଷକ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ନେଇ ଏକ ସଚେତନତା ଶିବିର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବର୍ଗର ମହିଳା, ଯୁବ ଗୋଷ୍ଠୀ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରି ଏହାକୁ ସଫଳ କରିଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

15
717 views

Comment