logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମିଳନୀ ସାହିତ୍ୟ ସଂସଦରେ ଭଞ୍ଜାଦ୍ୟ ରାଜକବି ଗୋବିନ୍ଦଭଞ୍ଜ ଜୟନ୍ତୀ।

ରୀତି ଯୁଗୀୟ କାବ୍ୟ ପରମ୍ପରା ରେ ରାଜକବି ଗୋବିନ୍ଦଭଞ୍ଜ ଥିଲେ ବିରଳ ବ୍ୟତିକ୍ରମ
*****************************
ମିଳନୀ ସାହିତ୍ୟ ସଂସଦରେ ଭଞ୍ଜାଦ୍ୟ ରାଜକବି ଗୋବିନ୍ଦଭଞ୍ଜ ଜୟନ୍ତୀ
*****************************
କେନ୍ଦୁଝର -୬/୩(ଖଣ୍ଡାଧାର ନିଉଜ) ରାଜ୍ୟର ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଭଞ୍ଜାଦ୍ୟ ରାଜକବି ଗୋବିନ୍ଦଭଞ୍ଜଙ୍କ ଜୟନ୍ତୀ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ବ ରେ ମିଳନୀ ଭବନ ରେ ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି। ପଣ୍ତିତ ମଧୁସୂଦନ ମିଶ୍ରଙ୍କ ବେଦମନ୍ତ୍ର ଆବୃତ୍ତି ମଧ୍ୟରେ ଅତିଥିମାନେ ଧୂପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଯୁଗ୍ମ ସମ୍ପାଦକ ହରିହର ମହାନ୍ତ ସ୍ୱାଗତ ସମ୍ଭାଷଣ ଜଣାଇବା ସହିତ କବିଙ୍କ ସାରସ୍ୱତ କୃତୀ ସମ୍ପର୍କ ରେ ସୂଚନା ଦେଇଥିଲେ l ଉପସଭାପତି ତଥା ବିଶିଷ୍ଟ କବି ସୁଧା ଦାଶ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଗୋବିନ୍ଦଭଞ୍ଜ ଙ୍କୁ ଭଞ୍ଜାଦ୍ୟ କବି ଭାବରେ ଅବିହିତ କରିଥଲେ। ବିଶିଷ୍ଟ ସାହିତ୍ୟିକ ଡକ୍ଟର୍ ରାମ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କବିଙ୍କ ସୃଷ୍ଟି ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ତାଙ୍କର ଉତ୍କର୍ଷ ପ୍ରତିପାଦନ କରିଥିଲେ।କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣରେ କବିଙ୍କ ସାରସ୍ୱତ ଉତ୍କର୍ଷ ପ୍ରତିପାଦନ କରିବା ସହିତ ତାଙ୍କୁ ରୀତି ଯୁଗୀୟ କାବ୍ୟ ପରମ୍ପରା ର ବିରଳ ବ୍ୟତିକ୍ରମ ଭାବରେ ଚିହ୍ନିତ କରିଥିଲେ। କବୟିତ୍ରୀ ଲିପିକା ଦାସ ପଟ୍ଟନାୟକ ଙ୍କ ସଂଯୋଜନା ରେ ଗୀତାରାଣୀ ଦାଶ, ଇନ୍ଦୁମତି ପାତ୍ର, ବୀଣାପାଣି ଜେନା, ରିତାଞ୍ଜଳି ସାହୁ, ମମତା ରାଣୀ ଦାସ,ଚିନ୍ତାମଣି ମହାଳିକ, ନରହରି ମିଶ୍ର, କୈଳାସ ଚନ୍ଦ୍ର ସାହାଣୀ,ଦେବ ଦର୍ଶନ ଦାଶ, ଧ୍ରୁବାନନ୍ଦ ରାଉତ,ସୁଭଦ୍ରା ମହାନ୍ତ, ଚନ୍ଦ୍ରପ୍ରଭା ପତି, ଭାବିପ୍ରିୟା ସାହୁ, ଶାନ୍ତନୁ କୁମାର ମହାପାତ୍ର, ରଙ୍ଗଧର ବେହେରା ,ଜଗନ୍ନାଥ ଜେନା, ଡକ୍ଟର ବିପିନ୍ ବିହାରୀ ମହାପାତ୍ର, ପ୍ରସନ୍ନ କୁମାର ପତି, ବସନ୍ତ କୁମାର ରାଉତ, ଭରତ ଚନ୍ଦ୍ର ପାତ୍ର ପ୍ରମୁଖ ବହୁ କବି କବିତା ଆବୃତ୍ତି କରିଥିଲେ। ବରିଷ୍ଠ ସଦସ୍ୟ ବିରଞ୍ଚି ନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

12
1356 views

Comment