logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଛତୁ ଚାଷ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ

ବରଗଡ଼, ବରଗଡ଼ ଉଦ୍ୟାନ କୃଷି ଭବନ ସ୍ଥିତ ମାଧୋ ସିଂ ସମ୍ମିଳନୀ କକ୍ଷଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମା ମାନଙ୍କ ପାଇଁ ଛତୁ ଚାଷ ବିଷୟରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍ୟାନ କୃଷି ବିଭାଗ ତଥା ରାଜ୍ୟ ଯୋଜନା ଅଧୀନରେ ମହିଳା ଚାଷୀମାନଙ୍କୁ ସଶକ୍ତ କରିବା ସହ ଛତୁ ଚାଷକୁ ଏକ ସ୍ଥାୟୀ ଓ ଲାଭଜନକ ଜୀବିକା ଭାବେ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବବିରରେ ବରଗଡ଼ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲୋଚନ ମାଝୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଖୋସଲା ଅତିଥି ସମ୍ମାନିତ ଭାବେ ଯୋଗଦେଇ ଉପସ୍ଥିତ ଥିବା ୬୫ରୁ ଅଧିକ ମହିଳା ଚାଷୀଙ୍କୁ ଉତ୍ସାହିତ କରିଥିବା ବେଳେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ।
ଢେଙ୍କାନାଳ ଜିଲ୍ଲାର ଓଡାପଦା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଜାତୀୟ ପୁରସ୍କାର ପ୍ରାପ୍ତ ଛତୁ ଚାଷୀ ଶ୍ରୀ ଅଜୟ ପୃଷ୍ଟି ମୁଖ୍ୟ ସାଧନ କର୍ମୀ ଭାବେ ଯୋଗ ଦେଇ ଛତୁ ଚାଷ କ୍ଷେତ୍ରରେ ନିଜର ୩୦ ବର୍ଷରୁ ଅଧିକ ଅନୁଭବ ଓ ପ୍ରାୟୋଗିକ ଜ୍ଞାନ ମା ମାନଙ୍କୁ ପ୍ରଦାନ କରିଥିବା ବେଳେ ବରପାଲି ନିବାସୀ ବଟନ୍ ମଶରୁମ୍ ଉତ୍ପାଦକ ତଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାର ଜଣେ ସଫଳ ଉଦ୍ୟମୀ ଶ୍ରୀ ଅଭିନବ ପଟ୍ଟନାୟକ ଏବଂ ଅତ୍ତାବିରା ବ୍ଲକ୍ ଅନ୍ତର୍ଗତ କୁଲୁନ୍ଦା ଗ୍ରାମର ମଶରୁମ୍ ସ୍ପନ୍ ଉତ୍ପାଦକ ଓ ଚାଷୀ ଶ୍ରୀ ଦିନେଶ ସାହୁ ମଧ୍ୟ ସାଧନ କର୍ମୀ ଭାବେ ଯୋଗ ଦେଇ ବ୍ୟକ୍ତି ଭାବେ ଯୋଗଦେଇ ଛତୁ ଚାଷର ବୈଜ୍ଞାନିକ ପ୍ରଣାଳୀ, ପ୍ଲାଷ୍ଟିକ୍ କ୍ରେଟ୍ ମଧ୍ୟରେ ମଶରୁମ୍ ବେଡ୍ ପ୍ରସ୍ତୁତି, ସ୍ପନ୍ ବ୍ୟବସ୍ଥାପନ ଓ ବଜାରଜାତକରଣ ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ଦେବା ସହ ଛତୁ ଚାଷକୁ ଏକ ଲାଭଦାୟକ ଉଦ୍ୟମ ଭାବେ ଗ୍ରହଣ କରିବାକୁ ପ୍ରେରିତ କରିଥିଲେ।

5
81 views

Comment