logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟୋକନ ପ୍ରଦାନ ଓ ଧାନ ବିକ୍ରି ଦାବୀ ନେଇ ପାଇକମାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାନ ପକାଇ ଧାରଣା ଦେଉଛନ୍ତି ଚାଷୀ।

ପଦ୍ମପୁର ଉପଖଣ୍ଡର ପାଇକମାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଟୋକନ ପ୍ରଦାନ ଓ ଧାନ ବିକ୍ରି ଦାବୀ ନେଇ ଧାନ ପକାଇ ଧାରଣା ଦେଉଛନ୍ତି ଚାଷୀ।
ସୂଚନା ଅନୁଯାୟୀ ଜଣାଯାଏ ଯେ ଜାମସେଠ ସମବାୟ ସମିତି ଅନ୍ତର୍ଭୁକ୍ତ ଚାଷୀ ମାନେ ଧାନ କାର୍ଡ ପାଇଁ ପଞ୍ଜିକରଣ ସମୟରେ ପ୍ରାୟତଃ ୨୫୫ ଜଣ ଚାଷୀ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଦ ପଡ଼ି ଯାଇଥିଲେ।ଏପରିକି ବରଗଡ଼ ଜିଲ୍ଲାର ପ୍ରାୟତଃ ୫ ହଜାର ରୁ ଅଧିକ ଚାଷୀ ଏହିପରି ବାଦ ପଡ଼ିବାରୁ ପ୍ରଶାସନିକ ଅଧିକାରୀ ଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ। ମଧ୍ୟ କୌଣସି ପ୍ରକାର ସମାଧାନ ନ ହେବାରୁ ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଧାରଣା ମଧ୍ୟ ଦେଇଥିଲେ। ଜିଲ୍ଲା ପ୍ରଶାସନ ସମସ୍ତ ଚାଷୀଙ୍କ ଟୋକନ ପ୍ରଦାନ ଓ ଧାନ ବିକ୍ରି ବ୍ୟବସ୍ଥା କରାଯିବା ପ୍ରତିଶ୍ରୁତି ଦେବାପରେ ଧାରଣାକୁ ସ୍ଥଗିତ ହୋଇଥିଲା ଚାଷୀ ଏ ମଧ୍ୟରେ କେତେକ ଚାଷୀମାନଙ୍କ ଟୋକନ ପ୍ରଦାନ ଓ ଧାନ ବିକ୍ରି ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଆଉ ଚାଷୀମାନେ ଏ ପର୍ଯ୍ୟନ୍ତ ଟୋକନ ପ୍ରଦାନ କିମ୍ବା ଧାନ ବିକ୍ରି ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରା ଯାଉନାହିଁ।
ଜାମସେଠ ସମବାୟ ସମିତି ର ୨୫୫ ଜଣ ଚାଷୀ ମାନଙ୍କ ମଧ୍ୟରୁ କେବଳ ୫୨ ଜଣ ଚାଷୀ ଙ୍କ ଧାନ ବିକ୍ରି ହୋଇ ପାରିଥିବା ବେଳେ ଆହୁରି ୨୦୩ ଜଣ ଚାଷୀ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ଚାଷୀ।
ଏପରି ସ୍ଥଳରେ ବାଧ୍ୟ ହୋଇ ଆଜି ପାଇକମାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଟୋକନ ପ୍ରଦାନ ଓ ଧାନ ବିକ୍ରି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଚାଷୀ।ଯେତେ ଦିନ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ବ୍ୟବସ୍ଥା କରା ନ ଯିବ ସେତେଦିନ ପର୍ଯ୍ୟନ୍ତ ଧାନ ରଖି ଧାରଣ ଜାରି ରଖିବାକୁ କହିବାସହ ସରକାରଙ୍କୁ ତୁରନ୍ତ ସୁବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଚାଷୀ।
ଏପାଖେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ପାଇକମାଳ ତହସିଲଦାର ସିନ୍ଧୁସୁତା ପାତ୍ର।।

5
363 views

Comment