logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନିଆରା ଢଙ୍ଗରେ ପବିତ୍ର ହୋଲି ପର୍ବ ପାଳିଲେ ସାମ୍ବାଦିକ ସଂଘ ଓ ଭରଷା ପରିବାର।

ନିଆରା ଢଙ୍ଗରେ ପବିତ୍ର ହୋଲି ପର୍ବ ପାଳିଲେ ସାମ୍ବାଦିକ ସଂଘ ଓ ଭରଷା ପରିବାର ।

ହରିଚନ୍ଦନପୁର ୫/୩ ଗାଁ ଠାରୁ ସହର ଚାରିଆଡ଼େ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସେହିପରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳର ଯୁବ ସାମ୍ବାଦିକ ଶୂନ୍ୟରଞ୍ଜନ ଘଣା, ପଣ୍ଡାପଡା ଅଞ୍ଚଳର ଯୁବ ସାମ୍ବାଦିକ ପୁରୁଷୋତ୍ତମ ମହାନ୍ତ, ବାଂଶପାଳ ଅଞ୍ଚଳର ଯୁବ ସାମ୍ବାଦିକ ହିରଣ୍ୟ କୁମାର ମହାନ୍ତ, କେନ୍ଦୁଝର ଭରଷା ପରିବାର ସଦସ୍ୟା ଶ୍ରୀମତୀ ବୈଶାଖୀ ମହାନ୍ତ, ଶ୍ରୀମତୀ ରତ୍ନମଣି ସେଠୀ, ଶ୍ରୀମତୀ ମମତା ମଇ ପାତ୍ର, ଶ୍ରୀମତୀ ଆରୁତି ସାହୁ, ସମଗିରି ସ୍ଥିତି ଶିଶୁ ଭବନ ଆଶ୍ରମ ଅଧ୍ୟାପିକା ଜୟନ୍ତୀ କୁମାରୀ ଓଝା ଙ୍କ ତତ୍ୱାବଧାନରେ ଏହି ଉତ୍ସବ ଏକ ନିଆରା ଢଙ୍ଗରେ ହୋଲିକୁ ପାଳନ କରିବା ସହ ଆଶ୍ରମ ରେ ଥିବା କୁନି କୁନି ଛୁଆଙ୍କୁ ଥଣ୍ଡାପାନୀୟ, ବିସ୍କୁଟ କେକ ଖୁଆଇ ରଙ୍ଗ ର ପର୍ବ ହୋଲି ପର୍ବ ଖୁବ ଆନନ୍ଦ ରେ ପାଳନ କରିଥିଲେ , କୁନି କୁନି ଛୁଆ ମାନେ ଗାଧୋଇ ସାରିବା ପରେ ତାଙ୍କ ପାଇଁ ମଧ୍ୟାନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଛୁଆଙ୍କ ସହିତ ବସିଖାଇବାର ଆନନ୍ଦ କହିଲେ ନ ସରେ, ଏଭଳି କାର୍ଯ୍ୟକୁ ଅଂଚଳ ବାସି ପ୍ରଶଂସା କରିଛନ୍ତି; ସାମ୍ବାଦିକ ସଂଘ ଓ ଭରସା ପରିବାର ସଦସ୍ୟା କହିଛନ୍ତି ଆଗକୁ ମଧ୍ୟ ଏପରି ସେବା କାର୍ଯ୍ୟ ଜାରି ରହିବ।

ଖଣ୍ଡାଧାର ନିଉଜ- ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

18
930 views

Comment