logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବୟସ ଅଶୀ ପାର ହେଲାଣି କେବେ ମିଳିବ ୩୫୦୦ ଟଙ୍କାର ବର୍ଦ୍ଧିତ ଭତ୍ତା ?

ବୟସ ଅଶୀ ପାର ହେଲାଣି କେବେ ମିଳିବ ୩୫୦୦ ଟଙ୍କାର ବର୍ଦ୍ଧିତ ଭତ୍ତା ?

କେନ୍ଦୁଝର,ତା୫/୩- ଆଜିକାଲି ଅଶୀ ବର୍ଷ ହେଲେ ସରକାର ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ମାସିକ ଦେବେ ବୋଲି ଘୋଷଣା କଲେ, ହେଲେ ଏହା ବାସ୍ତବତାରୁ ଦୂରରେ ବୋଲି ପ୍ରମାଣିତ ହେଉଛି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକେ ଦରଖାସ୍ତ ଦେଇ ମଧ୍ୟ ଏହା ନପାଇ ହତାଶ ହେଉଥିବାର ଅଭିଯୋଗ ହେଉଛି। ସୂଚନା ମିଳିଛି କି ଖଣିଜ ସମ୍ପଦରେ ଭରପୁର ଚମ୍ପୁଆ ଉପଖଣ୍ଡର ଜଡ଼ିପଦା ଗ୍ରାମର ସ୍ବର୍ଗତ ରତ୍ନାକର ମହାନ୍ତଙ୍କ ବିଧବା ସ୍ତ୍ରୀ ପଦ୍ମିନୀ ମହାନ୍ତଙ୍କୁ ଏବେ ୮୨ବର୍ଷ ଚାଲିଛି। ସେ ବିଧବା ଭତ୍ତା ବାବଦକୁ ହଜାରେ ଟଙ୍କା ପାଉଛନ୍ତି। କିନ୍ତୁ ଜାନୁଆରୀ ୨୦୨୫ରେ ତାଙ୍କର ବୟସ ଅଶୀ ପାର ହେବା ପରେ ସେ ସରପଞ୍ଚ ଅଞ୍ଜଳି ଓରାମଙ୍କୁ ଭେଟି ବୟସ ସଂକ୍ରାନ୍ତ କାଗଜପତ୍ର ପ୍ରଦାନ କରି ସରକାରଙ୍କ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଥିଲେ। ସେ ମଧ୍ୟ ଭତ୍ତା ହେଇଯିବ କହିଥିଲେ ହେଲେ ଚାରି ମାସ ବିତିଲା ପରେ କିଛି ନହେବାରୁ ସେ ପୁଣି ବ୍ଲକର ଭତ୍ତା ସଂକ୍ରାନ୍ତୀୟ କର୍ମଚାରୀଙ୍କୁ ଦାବି ଜଣେଇ ଦରଖାସ୍ତ ଦେଇଥିଲେ। ହେଲେ ବର୍ଷେ ବିତିଲାଣି ଏଯାଏ ବର୍ଦ୍ଧିତ ଭତ୍ତା କେବେ ମିଳିବ ବୃଦ୍ଧା ପଦ୍ମିନୀ ଜାଣିପାରୁନାହାନ୍ତି। ଅଭାବୀ ପରିବାର ଭିତରେ ଥିବାରୁ ଏହି ଭତ୍ତା ଟଙ୍କା ତାଙ୍କର ଅନେକ ସୁବିଧା କରନ୍ତା ହେଲେ କେହି ମୋକଥା ଶୁଣୁନାହାନ୍ତି ସେ କହିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ୩୫୦୦ଟଙ୍କା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

6
514 views

Comment