logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତିନି ବ୍ୟାପୀ ପାଳନ ହେବ ଆନ୍ତର୍ଜାତିକ ମହିଳା ଦିବସ।

ତିନି ବ୍ୟାପୀ ପାଳନ ହେବ ଆନ୍ତର୍ଜାତିକ ମହିଳା ଦିବସ।

କେନ୍ଦୁଝର,ତା୫/୩- ମହିଳାମାନଙ୍କ ସ୍ୱାସ୍ଥ୍ୟ, ସଶକ୍ତିକରଣ ଏବଂ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୬ ମାର୍ଚ୍ଚରୁ ୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସ୍ଥାନୀୟ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡଠାରେ 'ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୬' ବହୁ ଉତ୍ସାହର ପାଳନ କରାଯିବ। ଏହି ତିନି ଦିନିଆ କାର୍ଯ୍ୟକ୍ରମ ପ୍ରତିଦିନ ସକାଳ ୬:୩୦ ରୁ ୯:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ସମାଜର ବିଭିନ୍ନ ବର୍ଗର ମହିଳା, ଯୁବ ଗୋଷ୍ଠୀ ଏବଂ ସ୍ଥାନୀୟ ସଂଗଠନର ସଦସ୍ୟମାନେ ଅଂଶଗ୍ରହଣ କରିବେ।
କାର୍ଯ୍ୟସୂଚୀ ହେଲା-
୬ ମାର୍ଚ୍ଚ: ଏହି ଦିନର ବିଷୟବସ୍ତୁ "Her Body.. Her Power" (ତାଙ୍କ ଶରୀର | ତାଙ୍କ ଶକ୍ତି) ରହିଛି। ଏଥିରେ ସାମୂହିକ ଯୋଗ ଶିବିର, ଜୁମ୍ବା, ଏରୋବିକ୍ସ, ପାରମ୍ପରିକ ନୃତ୍ୟ ସହ ଫିଟନେସ୍ ଏବଂ ଦେଶୀୟ କ୍ରୀଡ଼ା ଆଦି ପ୍ରଦର୍ଶିତ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀ ଆପଣେଇବା ପାଇଁ ଉତ୍ସାହିତ କରିବା।
୭ ମାର୍ଚ୍ଚ: ଏହି ଦିନ "Strong Women, Strong Nation" (ସଶକ୍ତ ମହିଳା, ସଶକ୍ତ ରାଷ୍ଟ୍ର) ଥିମ୍‌ରେ ମହିଳାଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ନେତୃତ୍ୱ ଉପରେ ସଚେତନତା ଶିବିର ଆୟୋଜନ କରାଯିବ। ଏହାସହ ଆତ୍ମରକ୍ଷା କୌଶଳ ଯଥା- ଜୁଡୋ, ବକ୍ସିଂ, କରାଟେ ଏବଂ ମୁଆଇ ଥାଇ ଭଳି ସମରକଳାର ପ୍ରଶିକ୍ଷଣ ଓ ପ୍ରଦର୍ଶନ କରାଯିବ।
୮ ମାର୍ଚ୍ଚ: ଉଦ୍‌ଯାପନୀ ଦିବସରେ "When She Moves, India Moves" (ସେ ଚାଲିଲେ, ଭାରତ ଚାଲେ) ବିଷୟବସ୍ତୁକୁ ନେଇ ଏକ "ପାୱାର ୱାକ୍" ବା ପଦଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରା ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରୁ ବାହାରି ଥାନା ଛକ, ଜେଲ୍ ରୋଡ୍, ରିଜର୍ଭ ପୋଲିସ୍ ଗ୍ରାଉଣ୍ଡ, ଧରଣୀ ଛକ, ଗାନ୍ଧୀ ଛକ ଏବଂ ତହସିଲ ଛକ ଦେଇ ପୁଣି ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ ପହଞ୍ଚିବ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣ, ବିଶେଷକରି ମହିଳା ଓ ଯୁବପିଢ଼ିଙ୍କୁ ବହୁସଂଖ୍ୟାରେ ଯୋଗଦେବା ପାଇଁ ନିବେଦନ କରାଯାଇଛି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

13
765 views

Comment