ପ୍ରବାଦପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ବିଜୁବାବୁଙ୍କ ଜୟନ୍ତୀ ପାଳିତ, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୫/୩/୨୬(ଗୁରୁବାର)
ପ୍ରବାଦପୁରୁଷ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଦାମନଯୋଡି:-୫/୩ ଓଡିଶାର ପ୍ରବାଦପୁରୁଷ ପୂର୍ବତନ ମୁଖ୍ଯମନ୍ତ୍ରୀ ସ୍ବର୍ଗତ ବିଜୁବାବୁଙ୍କ ଜୟନ୍ତୀ ପାଳନ ଅବସରରେ ନାଲକୋ ଦାମନଯୋଡିସ୍ଥିତ ସେକ୍ଟର ଏକ ବିଜୁପଟ୍ଟନାୟକ ଛକସ୍ଥିତ ବିଜୁବାବୁଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାର ସୁମନ ଅର୍ପଣ କରାଯାଇଥିଲା ।ଏହି ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି,ପ୍ରିତମ ପାଢି ସମେତ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅମରେନ୍ଦ୍ର ମିଶ୍ର, ମୁଖ୍ଯ ମହାପ୍ରବନ୍ଧକଗଣ ସୁଗାତୋ ଆନନ୍ଦ ବାସୁ,ଦିଲ୍ଲୀପ କୁମାର ବାଗ, ସ୍ୱରୂପାନନ୍ଦ ମିଶ୍ର, ସଞ୍ଜୟ ଗୁପ୍ତା,ଦୁର୍ଯୋଧନ ବେହେରା,ମନୋରଞ୍ଜନ ପଣ୍ଡା,ମହାପ୍ରବନ୍ଧକ କୁନ୍ତଳ ବର୍ଦ୍ଧନ ଅତିଥିରୂପେ ଶ୍ରଦ୍ଧାର ସୁମନ ଅର୍ପଣ କରିଥିଲେ ।ସମସ୍ତ ଶ୍ରମିକ ସଂଗଠନର କର୍ମକର୍ତ୍ତା, ୱେଲଫେୟାର କମିଟିର ଅରୁଣ କୁମାର ମହାନ୍ତି ଓ ସମସ୍ତ ସଦସ୍ଯଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।