logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ଦାମନଯୋଡ଼ିରେ ଦୁଇ ଦିନ ପାଳନ ହେଲା ରଙ୍ଗର ପର୍ବ ହୋଲି*



ଦାମନଯୋଡ଼ି: କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡିରେ ଲୋକେ ହର୍ଷ ଉଲ୍ଲାସର ସହ ଦୁଇ ଦିନ ଧରି ହୋଲି ପାଳନ କରିଥିଲେ । ଦାମନଯୋଡି ଏକ ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାରେ ବିଭିନ୍ନ ରାଜ୍ୟର ବହୁ ଭାଷାଭାଷୀ ଲୋକ ବାସ କରନ୍ତି । ତେଣୁ ମଙ୍ଗଳବାର ପବିତ୍ର ଦୋଳ ପୂର୍ଣ୍ଣିମାରେ ନାଲକୋ ଉଦ୍ୟୋଗରେ କର୍ମଚାରୀ ଓ ଶ୍ରମିକ ମାନେ ରଙ୍ଗ ଖେଳି ବେଶ୍ ମଜା ନେଇଥିଲେ । ତେବେ ଉକ୍ତ ଦିନ ଚନ୍ଦ୍ରଗ୍ରହଣ ଲାଗିଥିବାରୁ ଖାଦ୍ୟ ପେୟ ର ଆସର ଜମି ପାରିନଥିଲା । ଅନ୍ୟ ପକ୍ଷରେ ପରଦିନ ଓଡ଼ିଶା ର ପରମ୍ପରା ଅନୁଯାୟୀ ବୁଧବାର ଦିନ ଖୁବ୍ ହର୍ଷ ଉଲ୍ଲାସ ର ସହ ହୋଲି ପାଳନ କରିଥିଲେ । ପୁରୁଷ,ମହିଳା, ଯୁବପିଢୀ, ଛୋଟ ପିଲାମାନେ ନିଜ ନିଜ ବୟସ ବର୍ଗ ଙ୍କ ସହିତ ଜାତି ମତଭେଦ ଆଦିକୁ ଭୁଲି ପରପରକୁ ରଙ୍ଗ ଲଗାଇ ମିଠା ଖୁଆଇଥିଲେ । ମମାଥାଲପୁଟ ଶ୍ରୀରାଧାକୃଷ୍ଣଙ୍କ ମନ୍ଦିର ପ୍ରାଙ୍ଗଣରେ କମିଟି ପକ୍ଷରୁ ପାରମ୍ପରିକ ଦହିହାଣ୍ଡି ଭଙ୍ଗା ନୀତି ପାଳନ କରାଯାଇଥିଲା । ଦାମନଯୋଡ଼ି ତଥା ଆଖପାଖ ଅଞ୍ଚଳରେ ରଙ୍ଗର ମାହୋଲ ଥିଲେ ସୁଧା କୌଣସି ଅପ୍ରିତୀକର ଘଟଣା ଦୃଷ୍ଟି ଗୋଚର ହୋଇନଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦାମନଯୋଡ଼ି ପୁଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଥିଲା ।

13
1002 views

Comment