ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର ଦାମନଯୋଡ଼ିରେ ପବିତ୍ର ରାଜାଗ୍ନି ପାଳିତ
ଦାମନଯୋଡ଼ି,୦୩/୦୩:ପବିତ୍ର ଦୋଳ ଯାତ୍ରାର ଅଂଶ ସ୍ୱରୂପ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରାଜାଗ୍ନି ଦାମନଯୋଡ଼ି ଶ୍ୱେତ ସୁବର୍ଣ୍ଣ କ୍ଷେତ୍ରରେ ପାଳିତ ହୋଇଯାଇଛି।ଫଗୁ ଦଶମୀରୁ ସେକ୍ଟର ୧ ଶ୍ରୀ ଜଗନ୍ନାଥ ମନ୍ଦିରରୁ ନଗର ପରିକ୍ରମାରେ ବାହାରିଥିବା ଶ୍ରୀରାଧାକୃଷ୍ଣ,ଯାତ୍ରାର ଶେଷ ଦିବସ ସୋମବାର ସନ୍ଧ୍ୟାରେ ଏକ ସୁସଜ୍ଜିତ ବିମାନରେ ସେକ୍ଟର ୧ ପରିକ୍ରମା କରିଥିଲେ।ଶ୍ରଦ୍ଧାଳୁ ମାନେ ନିଜ ନିଜ ଘର ପ୍ରାଙ୍ଗଣକୁ ଲିପାପୋଛା କରି ମହାପ୍ରଭୁଙ୍କୁ ଧୂପ,ଦୀପ ଓ ନୈବେଦ୍ୟରେ ପୂଜାର୍ଚନା କରିଥିଲେ।ପରେ ଠାକୁରଙ୍କୁ ସେକ୍ଟର ୧ପାର୍କ କୁ ଅଣାଯାଇଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ହୋମ କରାଯାଇଥିଲା।ହୁଳହୁଳି,ଘଣ୍ଟ ,ଘଣ୍ଟା ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା।ପରେ ପୂଜକ ଏକ ପାଳଗଦାରେ ଅଗ୍ନି ସଂଯୋଗ କରିଥିଲେ।ସେଠାରେ ଲୁଚିଥିବା ଶ୍ରୀରାଧା ବାହାରିବା ପରେ ଠାକୁର ତାଙ୍କୁ ନେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ।ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ଗୋପ ବାଳକଙ୍କୁ ମେଣ୍ଢାସୁର ଦାଉରୁ ରକ୍ଷା ପାଇଁ ଶ୍ରୀକୃଷ୍ଣ ତାକୁ ଶ୍ୱାସରୁଦ୍ଧ କରି ମାରିବା ପରେ ଅଗ୍ନିରେ ପୋଡ଼ିଥିଲେ। ସେଥିପାଇଁ ଏହି ଦହନ ନୀତି ପାଳିତ ହୁଏ।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମିୟ କୁମାର ସାମନ୍ତରାୟ,ଗୁରୁଚରଣ ପଣ୍ଡା ଓ ବିପିନ ବିହାରୀ ପଣ୍ଡା ପୂଜାକାର୍ଯ୍ୟ କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ସଂପାଦକ କୈଳାସ ସେନାପତି,କୋଷାଧ୍ୟକ୍ଷ ପି କେ ମହାରଣା ଓ ଯୁଗ୍ମସଂପାଦକ ତ୍ରିଲୋଚନ ଚୌଧୁରୀଙ୍କ ସମେତ ଶିଶିର ପରିଡ଼ା,ସନ୍ତୋଷ କୁମାର ପଣ୍ଡା,ଡ଼ଃ ଅଶୋକ କୁମାର ମହାନ୍ତି,ନକୁଳ ଚରଣ ପତି,ସଦାଶିବ ବେହେରା,ଅନାମ ଚରଣ ନାୟକ,ରଞ୍ଜନ କୁମାର ବେହେରା,ସନ୍ତୋଷ କୁମାର ଦାଶ,ପ୍ରକାଶ ଚନ୍ଦ୍ର ସାହୁ,ଖଦାଳ ନାୟକ,ସଞ୍ଜୟ ସାହୁ,ରତିକାନ୍ତ ପ୍ରଧାନ,ଅରୂପ ନାହାକ,ଈଶ୍ୱର ମାଳି,ଡ଼ଃ ରାଜେନ୍ଦ୍ର ସେନାପତି,ରାଜୀବ ନାୟକ ଓ ବିଜୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ନିକଟବର୍ତ୍ତି ଗୌଡ଼ଗୁଡା ଗ୍ରାମରୁ ସଦନ ଗୌଡ଼ଙ୍କ ନେତୃତ୍ଵରେ ଶ୍ୟାମ ସୁନ୍ଦର ଗୌଡ଼,ରାମେଶ୍ବର ଗୌଡ଼ ଓ ଅନ୍ୟ ଗୋପାଳଭାଇ ବିମାନସେବା କରିଥିଲେ।ସେହିପରି ମାଥାଲପୁଟ ଶ୍ରୀରାଧାକୃଷ୍ଣ ମନ୍ଦିର ପକ୍ଷରୁ ମଧ୍ଯ ମହାପ୍ରଭୂଙ୍କ ଚାଚେରୀ ଯାତ୍ରା ଓ ଗୁରୁବାର ରାଜାଗ୍ନି ଉତ୍ସବ ପାଳିତ ହୋଇଥିଲା।ପୂଜକ ପ୍ରଣୟ ଦେବତ୍ତା ଓ ପ୍ରତାପ ପଣ୍ଡା ପୂଜାନୀତି କରିଥିଲେ।କଙ୍କଡ଼ାପୁଟ ଗ୍ରାମର ଗୋପାଳ ଭାଈ ବିମାନ ସେବା କରିଥିଲେ।ମନ୍ଦିର କମିଟି କର୍ମକର୍ତ୍ତା ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ,ଆକୁଳ ଜେନା,ହରିବନ୍ଧୁ ବିଶ୍ୱାଳ,ସଞ୍ଜୟ ବିଶ୍ୱାଳ,ସୁବାସ ଦାସ,ମନତୋଷ ପାଢୀ ଓ ତୀର୍ଥ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।