logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାର ହଲ୍ ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାର ହଲ୍ ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର: ୦୨/୦୩ (ଖଣ୍ଡାଧାର ନିଉଜ) ଆଜି ମାର୍ଚ୍ଚ ମାସର ପ୍ରଥମ ସୋମବାର ପୂର୍ବାହ୍ନ ୧୦ ଘଟିକାରୁ ଅପରାହ୍ନ ୧ ଘଟିକା ମଧ୍ଯରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଦରବାର ହଲ୍ ରେ ଅନୁଷ୍ଠିତ ହୋଇଯାଇଛି। ୧୮୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ଲୋକଙ୍କର ଅଭିଯୋଗ ଗୁଡିକ ଶୁଣାଣି କରାଯାଇଛି। ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗୁଡିକ ଗ୍ରହଣ କରିଥିବା ଦେଖିବାକୁ ମିଳିଅଛି। ଶ୍ରୁଙ୍ଖଳିତ ଭାବରେ ଅଭିଯୋଗ ଶୁଣାଣି ଶିବିର ପରିଚାଳନା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ କାରଣରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଚଳିତ ମାର୍ଚ୍ଚ ମାସର ପରବର୍ତ୍ତୀ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏଠାରେ ପ୍ରକାଶିତ କରାଯାଇଛି।

15
2471 views

Comment