ଆଦିବାସୀ ଇଲାକା ବଲାଣିପଶି କାଣୀଝର ନଦୀ କୂଳରେ ଷ୍ଟ୍ରବେରି ଚାଷ।
ଆଦିବାସୀ ଇଲାକା ବଲାଣିପଶି କାଣୀଝର ନଦୀ କୂଳରେ ଷ୍ଟ୍ରବେରି ଚାଷ।
ଗୋନାସିକା -୦୨/୦୩(ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲାର ହରିଚନ୍ଦନ ପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାଣିପଶି ଗ୍ରାମ କଣୀଝର ନଦୀ କୂଳ ରେ ବିଦେଶୀ ଫଳ ଷ୍ଟ୍ରବେରି ଚାଷ ପ୍ରାୟ ଦୁଇ ଏକର ପରିମିତ ଜାଗାରେ କରାଯାଇ ଅଛି। ବଲାଣିପଶି ବାରାକୁଦର ସାହିର ଆଦିବାସୀ ଯୁବକ ବାବୁଲା ସେନାପତି,ଚିତ୍ରସେନ ବିଶ୍ବାଳ ଓ ରମେଶ ଗାଁୟା ମିଳିତ ଭାବରେ ଏହି ସ୍ବାଦିଷ୍ଟ ଫଳ ଉତ୍ପନ୍ନ କରି ଯୁବ ସମାଜ ରେ ଉଦାହରଣ ସୃଷ୍ଟି କରିପାରିଛନ୍ତି। କେନ୍ଦୁଝର ଜିଲ୍ଲାର ଜଳବାୟୁ ଓ ଉର୍ବର ଜମି ଷ୍ଟ୍ରବେରି ଚାଷ ପାଇଁ ଉଦ୍ଧିଷ୍ଟ ବୋଲି ପ୍ରମାଣିତ କରିଛନ୍ତି ।ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ବହୁ ଚାଷୀ ଓ ଯୁବ ୟୁଟୁବର, ବ୍ଲଗର ଆସି ଚାଷ ଦେଖିବାପାଇଁ ଭିଡ ଜମାଉଅଛନ୍ତି। ଷ୍ଟ୍ରବେରି କିଲୋଗ୍ରାମ ପ୍ରତି ଟ ୬୦୦/-ରେ ଦୈନିକ ୧୦ ରୁ ୧୫ କିଲୋଗ୍ରାମ ବିକ୍ରିକରି ବେଶ ଭଲ ରୋଜଗାର ହେଉଥିବା କହିଛନ୍ତି ବାବୁଲା। ଏହି ଷ୍ଟ୍ରବେରି ଚାଷ ପାଇଁ ଆଇଟିଡିଏ ଓ ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଓ ପ୍ରଶିକ୍ଷଣ ଦିଆଯାଇ ଅଛି । ଏବର୍ଷ ଏହାର ସ୍ବାଦ ଭଲ ଥିବାରୁ ଲୋକ ମାନଙ୍କୁ ଆକୃଷ୍ଟ କରୁଥିବାର ଦେଖାଯାଇଛି ବୋଲି ଗ୍ରାମର ସୁମନ୍ତ ଖାଟୁଆ କହିଛନ୍ତି।
(ମନୋଜ ପଟେଲ ଙ୍କ ରିପୋର୍ଟ )