logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଠିକାଦାର ଓ ଗ୍ରାମ୍ୟ ନିର୍ମାଣ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା!

ଠିକାଦାର ଓ ଗ୍ରାମ୍ୟ ନିର୍ମାଣ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା!

ହରିଚନ୍ଦନପୁର:୦୧/୦୩ (ଖଣ୍ଡାଧାର ନିଉଜ) ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଂଚାୟତ ଅଫିସ ଠାରୁ ବଲାଣିପଶି ଏଏନଏମ ସେଣ୍ଟର ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ହେବାର ଆଠଦିନ ମଧ୍ୟରେ ପିଚୁ ଫାଟି ଗଲାଣି ତ କେଉଁଠି ପୂର୍ବ ପିଚୁ ଦେଖା ଗଲାଣି। ଲୋକଙ୍କ ଅଭିଯୋଗ କାମ ହେବାର ଆଠଟା ଦିନ ଯାଇନି ରାସ୍ତା ଉଠି ଗଲାଣି, ଆଗକୁ ରାସ୍ତାର ଅବସ୍ଥା କଣ ହବ? ରାସ୍ତାର ସ୍ଥାୟୀତ୍ବ କାମ ସରିବାର ଆଠ ଦିନ ଭିତରେ ଜଣା ପଡ଼ିଗଲାଣି! ଏହା ସହିତ ରାସ୍ତାର ଦୁଇ ପାର୍ଶ୍ଵରେ ମୋରମ ପଡିବା କଥା। ତାହା ମଧ୍ୟ ହେଲାନାହିଁ। ଏହା ବିଷୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରି ରଜତ କୁମାର ସିଂଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ପଚାରିବାରୁ ସେ କହିଲେ, ସରକାର ଯେତିକି ପଇସା ଦେଇଛନ୍ତି, ସେତିକି କାମ ହବ। ତୁମେ ମୋତେ ପଚାରିବାକୁ କିଏ ବୋଲି ଉତ୍ତର ଦେଇଥିଲେ। ଏହା ଜାଣିବା ପରେ ସ୍ଥାନୀୟ ଅଧିବାସୀଙ୍କ ସହିତ ଆମ୍ଭେ ଜୁଙ୍ଗା ଗ୍ରାମ ପଂଚାୟତ ସରପଞ୍ଚଙ୍କ ପାଖକୁ ଯାଇଥିଲୁ, କିନ୍ତୁ ତାଙ୍କ ସହିତ ଦେଖା ହୋଇ ପାରିଲାନି କିମ୍ଵା ତାଙ୍କ ସହିତ ଯୋଗାଯୋଗ ହେଇପାରିଲାନି। ତାପରେ ଜୁଙ୍ଗା ଗ୍ରାମ ପଞ୍ଚାୟତର ସମିତି ସଭ୍ୟଙ୍କୁ ପଚାରିବାରୁ ସେ କହିଲେ, ରାତିଅଧରେ କାମକରି ଠିକାଦାର ପଳେଇଲେ। ଆମ ପାଖରେ କିଛି ସୂଚନା ନାହିଁ। କିଛି ସ୍ଥାନୀୟ ଲୋକଙ୍କୁ ଭେଟି ତାଙ୍କ ପ୍ରତିକ୍ରିୟା ମଧ୍ୟ ନେଇଥିଲୁ ନିତ୍ୟାନନ୍ଦପୁରର ସନ୍ତୋଷ ଘଣା ଓ ଲଛମନ ବାରିକ, ସୁରେଶ ବାରିକ, ଧରଣୀଧର ଆରୁକ ଏବଂ ଅନ୍ୟ ଲୋକମାନଙ୍କର କହିବା କଥା ବିନା ସୂଚନା ଫଳକରେ ତିନି କିଲୋମିଟର ରାସ୍ତା କାମ ହେଲା କେମିତି? ଠିକାଦାର ତରବରିଆ ଆଠ ଦିନ ଭିତରେ କାମ ସାରି ପଳେଇଲା। ରାସ୍ତା ରେ ଯିବା ଆସିବା କରୁଥିବା ତିନି ତିନୋଟି ପଞ୍ଚାୟତର ଅଧିବାସୀ ପୂର୍ବରୁ ଭୋଗୁଥିବା ଅବସ୍ଥା ଭୋଗିବେ। ବିଭାଗୀୟ କତ୍ତୃପକ୍ଷ ଏବଂ ରାଜ୍ଯ ସରକାରଙ୍କୁ ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ଯେ, ସେହି ରାସ୍ତା କାର୍ଯ୍ୟକୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଯାଞ୍ଚ କରାଯାଇ ମୁନାଫାଖୋର ଠିକାଦାର ଏଵଂ ତାଙ୍କୁ ସୁରକ୍ଷା ଦେଇଥିବା କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

‌‌ ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

12
521 views

Comment