ରୋଗୀ ମୃତ୍ୟୁ କୁ ନେଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା।
ରୋଗୀ ମୃତ୍ୟୁ କୁ ନେଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା।
ପାଟଣା:୦୧/୦୩- ଜଣେ ରୋଗୀଙ୍କ ମୃତ୍ୟୁ କୁ ନେଇ ଆଜି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ଦ୍ଵାରା ହାଙ୍ଗାମା କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।ସୂଚନା ଅନୁଯାୟୀ ଘଟଗାଁ ଥାନା ଅଞ୍ଚଳ ମୁକ୍ତାପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଭୂୟାଁ ମୁଣ୍ଡା(୪୨)ଙ୍କୁ ଗତରାତି 9ଟା ପାଖାପାଖି ରେ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ତେବେ ତାଙ୍କୁ ଉପଯୁକ୍ତ ଚିକିତ୍ସା କରା ନଯାଇ ପକାଇ ରଖା ଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।ଚିକିତ୍ସା ପରିବର୍ତ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲେ ମଧ୍ୟ ରୋଗୀଯାନ ନଆସିବାରୁ ରୋଗୀର ମୃତ୍ୟୁ ଘଟିଥିଲା।ଉପଯୁକ୍ତ ଚିକିତ୍ସା କରା ନଯିବାରୁ ରୋଗୀଙ୍କ ମୃତ୍ୟୁ ପାଇଁ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ପରିବାର ଲୋକେ ଦାୟୀ କରିଥିଲେ। ଏନେଇ ଡାକ୍ତରଖାନା ପରିସରରେ ସମ୍ପର୍କୀୟ ମାନେ ପାଟିତୁଣ୍ଡ କରିବା ସହ ଡାକ୍ତର ନିରଞ୍ଜନ ସାହୁଙ୍କ ସହିତ ଯୁକ୍ତିତର୍କ କରିଥିଲେ।ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ଡାକ୍ତରଙ୍କ ଠାରୁ ସୂଚନା ପାଇ ଘଟଗାଁ ପୁଲିସ ଡାକ୍ତରଖାନାରେ ପହଞ୍ଚି ସମ୍ପର୍କୀୟ ମାନଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ଖବର ପାଇ ଘଟଗାଁ ଥାନା ଏ ଏସ ଆଇ ବ୍ୟାସଦେବ ମିର୍ଧା ଏବଂ ନିରଞ୍ଜନ ପଇଦା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଥାନା ଅପମୃତ୍ୟୁ ମାମଲା ୧୩/୨୦୨୬ ଅନୁସାରେ ପାଟଣା ରେ ମୃତକର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର କୁ ହସ୍ତାନ୍ତର କରିଛନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।