ଫଗୁଣ ର ମହକରେ କରଞ୍ଜିଆର ଐତିହାସିକ ଦୋଳଯାତ୍ରା: ଅତୀତ ଓ ବର୍ତ୍ତମାନ...
ଫଗୁଣ ର ମହକରେ କରଞ୍ଜିଆର ଐତିହାସିକ ଦୋଳଯାତ୍ରା: ଅତୀତ ଓ ବର୍ତ୍ତମାନ...
କରଞ୍ଜିଆ-୦୧/୦୩ (ଖଣ୍ଡାଧାର ନିଉଜ) ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ ଉପଖଣ୍ଡ କରଞ୍ଜିଆ ଚେତନା ରାଷ୍ଟ୍ର ଚିନ୍ତନ ଓ ଜାଗରଣ ସଂଗଠନ ତରଫରୁ ଏକ ଆଲୋଚନା ଚକ୍ର ସ୍ଥାନୀୟ ମଧୁ ବାରିଷ୍ଟର ମାର୍ଗ ସନ୍ନିକଟରେ ଅନୁଷ୍ଠିତ ହୋଇଥିଲା। ଏହାର ବିଷୟବସ୍ତୁ ଥିଲା: ଫଗୁଣର ମହକରେ କରଞ୍ଜିଆର ଐତିହାସିକ ଦେଳଯାତ୍ରା - ଅତୀତ ଓ ବର୍ତ୍ତମାନ।
ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରି ଇଟରନିଟୀ ଅନ୍ତରାଷ୍ଟ୍ରୀୟ ଇଂରାଜୀ ପତ୍ରିକାର ସଂପାଦକ ହରେକୃଷ୍ଣ ମହାନ୍ତ କହିଲେ ଯେ କରଞ୍ଜିଆ ର ଐତିହାସିକ ଦୋଳଯାତ୍ରା ଓଡିଶାର ପ୍ରାଚୀନ ସଂସ୍କୃତି ଓ ଲେlକ ସଂସ୍କୃତି ର ଏକ ପ୍ରତିଫଳନ ଥିଲା। ଏଥିରେ ପାଞ୍ଚପୀଢ ବରିଷ୍ଠ ନାଗରିକ ସଂଘର ସଂପାଦକ ସର୍ବେଶ୍ୱର ମିଶ୍ର ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ଭରତ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି ଐତିହାସିକ ଦୋଳ ମେଳାର ସାଂପ୍ରତିକ ସମାଜ ପ୍ରତି ଅନନ୍ୟ ସାଧାରଣ ପ୍ରଭାବ ବିଷୟକୁ ଆଲୋକ ପାତ କରିଥିଲେ। କିନ୍ତୁ ଆଜିର ବସ୍ତୁବାଦ ଓ ମୋବାଇଲ ଯୁଗରେ ଏସବୁ ଲୋପ ପାଇଯାଉଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଙ୍କ ମଧ୍ୟରେ ଚେତନା ଅନୁଷ୍ଠାନର ସଭାପତି ଆଇନଜୀବୀ ସଂଜୟ କୁମାର ସାହୁ, କରଞ୍ଜିଆ ଓକିଲ ସଂଘର ସଭାପତି ମଦନମୋହନ ମହାନ୍ତ, ବରିଷ୍ଠ ଶିକ୍ଷକ ଜୀତେନ୍ଦ୍ର କୁମାର ସାହୁ, ସମାଜ ସେବୀ ସିଦ୍ଧାର୍ଥ ରାୟ ଓ ଦୀନକ୍ରୁଷ୍ଣ ନାଏକ ଆଦି ଯୋଗଦେଇ କହିଲେ ଯେ ଆଗାମୀ ଦିନରେ ଚେତନା ଓ କରଞ୍ଜିଆ ର ସାହିତ୍ୟ ଅନୁଷ୍ଠାନ ମିଳିତ ଭାବରେ ଏହି ଐତିହାସିକ କରଞ୍ଜିଆ ଦୋଳଯାତ୍ରାର ବ୍ରୁହତ ଗୌରବକୁ ଫେରାଇ ଆଣିବାକୁ ଯତପରୋନାସ୍ତି ଚେଷ୍ଟା କରାଯିବ। ଆଲୋଚନା ଚକ୍ର କାର୍ଯ୍ୟକ୍ରମ ରେ ବହୁ ବୁଦ୍ଧିଜିବୀ, ଜିଜ୍ଞାସୁ ଅଂଶ ଗ୍ରହଣ କରିଥିଲେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।