logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ !

ଆଠମଲ୍ଲିକ:୨୮/୦୨(ଧନଞ୍ଜୟ ନାୟକ ) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଠାକୁରଗଡ଼ ଥାନା ପକ୍ଷରୁ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଞ୍ଚଳର ଆଇନ-ଶୃଙ୍ଖଳା ପରିସ୍ଥିତି, ନଶାମୁକ୍ତି ଅଭିଯାନକୁ ସକ୍ରିୟ କରିବା, ଯୁବମାନଙ୍କୁ ଅପରାଧ ଓ ଅସାମାଜିକ କାର୍ଯ୍ୟ କଳାପରୁ ଦୂରେ ରଖିବା ସହ ସମାଜରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ନେଇ ଆଲୋଚନା ହୋଇଥିଲା। ସମାଜ ଓ ପୋଲିସ ମଧ୍ୟରେ ସୁମଧୁର ସମ୍ପର୍କ ସୃଷ୍ଟି କରି ସମସ୍ୟାର ସମାଧାନ କରିବାକୁ ଉପସ୍ଥିତ ବକ୍ତାମାନେ ଗୁରୁତ୍ୱ ଦେଇଥିଲେ । ଭାରପ୍ରାପ୍ତ ପୋଲିସ ଅଧିକାରୀ ଶଶି ଭୂଷଣ ବେହେରା ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ପୋଲିସ ଅଧିକାରୀଣୀ ଯଶୋବନ୍ତି ନାୟକ, ହାବିଲଦାର ଦେବେନ୍ଦ୍ର କୁମାର ସାହୁ,ଠାକୁରଗଡ଼ ଗ୍ରାମ ସଭାପତି ଯୋଗେଶ୍ୱର ସାହୁ, ସନ୍ତୋଷ ସାହୁ, ଶତୃଘ୍ନ ସାହୁ, ବସନ୍ତ କୁମାର ସାହୁ, କୁମୁଦ ମିଷ୍ର, ଅନାମ ସ୍ବାଇଁ,ଧନଞ୍ଜୟ ନାୟକ ଓ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ !

42
101 views

Comment