logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରଗଡ଼ରେ ମହିଳା ବୁଣାକାର ମାନଙ୍କ ପାଇଁ ଚାରିଦିନିଆ କ୍ଷମତା ବିକାଶ କର୍ମଶାଳା ଉଦଯାପିତ

ବରଗଡ଼ରେ ମହିଳା ବୁଣାକାର ମାନଙ୍କ ପାଇଁ ଚାରିଦିନିଆ କ୍ଷମତା ବିକାଶ କର୍ମଶାଳା ଉଦଯାପିତ

ବରଗଡ଼-ସ୍ଥାନୀୟ ଏକ ହୋଟେଲ ସଭାଗ୍ରହ ଠାରେ ଅନୁଷ୍ଠିତ ୩୦ ବୁଣାକାର ସମୁଦାୟର ମହିଳାଙ୍କ ଚାରିଦିନିଆ କ୍ଷମତା ବିକାଶ କର୍ମଶାଳା ଉଦଯାପିତ ହୋଇ ଯାଇଛି। ଏହି କର୍ମଶାଳା ର ମୂଳ ଉଦ୍ଦେଶ୍ୟ ଥିଲା ମହିଳା ଶିଳ୍ପକାର ଓ ବୁଣାକାରମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ନେତୃତ୍ୱ କୌଶଳ, ସୃଜନଶୀଳତା, ଆତ୍ମନିର୍ଭତା ଓ ଉଦ୍ୟମଶୀଳତାର ବିକାଶ କରିବା , ଯାହା ଦ୍ୱାରା ସେମାନେ ଗର୍ବ ଓ ସମ୍ମାନ ସହିତ ନିଜ ସ୍ୱପ୍ନକୁ ସାକାର କରିପାରିବେ।
ଏହି କାର୍ଯ୍ୟକ୍ରମ ମିଳିତ ଜାତିସଂଘ ମହିଳା (ୟୁଏନ୍‌ ମହିଳା), ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଅଧୀନ ବୟନଶିଳ୍ପ ବିକାଶ ଆୟୁକ୍ତ କାର୍ଯ୍ୟାଳୟ ଓ ଭାରତୀୟ ହସ୍ତଶିଳ୍ପ ପ୍ରଯୁକ୍ତି ପ୍ରତିଷ୍ଠାନ, ବରଗଡ଼ର ସହଯୋଗରେ ଆୟୋଜିତ ହୋଇଥିଲା। କାର୍ଯ୍ୟଶାଳାର ଲକ୍ଷ୍ୟ ଥିଲା ମହିଳା ବୁଣାକାର ମାନଙ୍କୁ ନିଜ କୌଶଳର ଉନ୍ନତି ସହିତ ଉତ୍ପାଦିତ ସାମଗ୍ରୀର ସଫଳ ବଜାରକରଣ ପାଇଁ ପ୍ରେରିତ କରିବା।
ସମାପନ ସମାରୋହରେ ଭାରତୀୟ ହସ୍ତଶିଳ୍ପ ପ୍ରଯୁକ୍ତି ପ୍ରତିଷ୍ଠାନ, ବରଗଡ଼ର ନିର୍ଦ୍ଦେଶକ ବ୍ରିଜେଶ କୁମାର ଅବସ୍ଥୀ ଅଧ୍ୟକ୍ଷତା କରିଥିବା ବେଳେ ତାଙ୍କ ଉଦ୍ବୋଧନରେ ସେ କହିଥିଲେ ଯେ, ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହିଳା ବୁଣାକାର ମାନଙ୍କୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଅବସରରେ ଶାନ୍ତନୁ କୁମାର ମେହେର, ୟୁଏନ୍‌ ଟ୍ରେନର ଶିରିନ କୌର, ବରିଷ୍ଠ ଅଧ୍ୟାପକ ଦେବେନ୍ଦ୍ର କୁମାର ଯାଦବ, ବରିଷ୍ଠ ଅଧ୍ୟାପକ ଧର୍ମେନ୍ଦ୍ର କୁମାର ଓ ଅରବିନ୍ଦ କୁମାର ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅଂଶଗ୍ରହଣ କରି ଥିବା ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରାଯାଇ ଥିଲା।

4
625 views

Comment