logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାସ୍ତରୀୟ କଳାକାର ମହୋତ୍ସବ ଉଦଯାପିତ। ମନମୋହିଲେ ସିନେ ଅଭିନେତା ଅଶ୍ରୁମୋଚନ।

ଜିଲ୍ଲାସ୍ତରୀୟ କଳାକାର ମହୋତ୍ସବ ଉଦଯାପିତ। ମନମୋହିଲେ ସିନେ ଅଭିନେତା ଅଶ୍ରୁମୋଚନ।

କେନ୍ଦୁଝର,ତା୨୭/୨- କେନ୍ଦୁଝର ଜିଲ୍ଲା କଳାକାର ସଂଘର ଷଷ୍ଠ ବାର୍ଷିକ ମହୋତ୍ସବ ଘଟଗାଁ ମା' ତାରିଣୀ ପେଣ୍ଡାଲରେ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଗତକାଲି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିନେ ତାରକା ଅଶ୍ରୁମୋଚନ ମହାନ୍ତି ଯୋଗଦେଇ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଳା ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର, ସମ୍ମାନିତ ଅତିଥିଭାବେ ସମାଜସେବୀ ସଞ୍ଜୟ କୁମାର ମିଶ୍ରଙ୍କ ସମେତ ରାଜ୍ୟ ସଂସ୍କୃତି କଳାକ୍ଷେତ୍ର ସମ୍ପାଦକ ବାସୁଦେବ ମାଲ୍ ବିଶୋଇ, ବସନ୍ତ ମହାରଣା, ଦୁଷ୍ମନ୍ତ ବେହେରା, ସନାତନ ମହାନ୍ତ,ଚତୁର୍ଭୁଜ ନାୟକ, ରାଧାକାନ୍ତ ଦାସ, ପ୍ରସନ୍ନ କୁମାର ଦାସ, ବାସୁଦେବ ଦାସ, ଶିବଶଙ୍କର ମହାରଣା, ବସନ୍ତ ମହାରଣା ମଞ୍ଚାସୀନ ହୋଇଥିଲେ। ମଞ୍ଚ ପରିଚାଳନା କରିଥିଲେ ସୁନାମଧନ୍ୟ ଉଦଘୋଷକ ସଞ୍ଜୟ କୁମାର ସାହୁ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଭାପତି ନିରଞ୍ଜନ ମହାକୁଡ଼। ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ବିଭୋର ହୋଇଥିଲେ। ମଞ୍ଚରେ କଳାକାର ମାନଙ୍କୁ ଅତିଥିମାନେ ସମ୍ଵର୍ଦ୍ଧିତ କରିଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

13
712 views

Comment