logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଣ୍ଡିଆ ଚାଷୀଙ୍କ ପ୍ରଶିକ୍ଷଣ ଶିବିର।

ମାଣ୍ଡିଆ ଚାଷୀଙ୍କ ପ୍ରଶିକ୍ଷଣ ଶିବିର।


ପାଟଣା-ପାଟଣା ବ୍ଲକ ଅନ୍ତର୍ଗତ କୃଷି ଓ କୃଷକ ପରାମର୍ଶ କେନ୍ଦ୍ର ଠାରେ ଆଜି ବୁଢ଼ିକାପୁଡ଼ି ଏବଂ ମିରିଗିଖୋଜି ପଞ୍ଚାୟତର ଅଗ୍ରଣୀ ମାଣ୍ଡିଆ ଚାଷୀଙ୍କୁ ମାଣ୍ଡିଆ ଚାଷ ସମ୍ପର୍କୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି।2 ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ, ବ୍ଲକ ସହ କୃଷି ଅଧିକାରୀ ଦେବାର୍ଚ୍ଚନ ଦ୍ବିବେଦୀ, କୃଷି ଅଧୀଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ ଓ ବିରଭଦ୍ର ନାଏକ ପ୍ରମୁଖ କୃଷକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ ସଂଯୋଜକ ତ୍ରିଲୋଚନ ମହାନ୍ତ ଓ ଦୀପକ ମହାନ୍ତ ମାଣ୍ଡିଆ ଚାଷ ର ବ୍ୟବସାୟିକ ଲାଭ ,ମାଣ୍ଡିଆ ର ବିକ୍ରି ପାଇଁ ମଣ୍ଡି ସୁବିଧା,ପୃଷ୍ଟି କର ଖାଦ୍ୟ ପ୍ରସ୍ତୁତି ଆଦି ବିଭିନ୍ନ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ।ଅଧିକାରୀ ମାନେ ମାଣ୍ଡିଆ ଚାଷର ବିହନ ବିଶୋଧ ଠାରୁ ଅମଳ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଜାଣିବା ତଥ୍ୟ ଚାଷୀଙ୍କୁ ପ୍ରଦାନ କରିଥିଲେ।

ବାଲି ବୋଝେଇ ଟ୍ରାକ୍ଟର ଜବଦ କଲା ପୁଲିସ

ପାଟଣା-ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡା ନିକଟରୁ ଆଜି ପାଟଣା ପୁଲିସ ଏକ ବାଲି ବୋଝେଇ ଟ୍ରାକ୍ଟର ଜବଦ ବାଲି ଥାନା ପରିସରକୁ ଆଣିଛି।ଅଙ୍କୁରା ବୈତରଣୀ ଘାଟରୁ ଟ୍ରାକ୍ଟର ଟି ବେଆଇନ ଭାବେ ବାଲି ପରିବହନ କରୁଥିବେ।ଏନେଇ ଖଣି ବିଭାଗ କୁ ସୂଚନା ଦିଆଯିବା ସହ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ କିରଣ ପ୍ରସାଦ ସାହୁଙ୍କ ଠାରୁ ପ୍ରକାଶ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
507 views

Comment