ହୃଦୁରାମପୁର ରେ ଅଲେଖ ମହିମା ଧର୍ମ ମେଳା ଅନୁଷ୍ଠିତ।
ହୃଦୁରାମପୁର ରେ ଅଲେଖ ମହିମା ଧର୍ମ ମେଳା ଅନୁଷ୍ଠିତ।
ଚମ୍ପୁଆ -୨୭/୦୨(ଖଣ୍ଡାଧାର ନିୟୁଜ) ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ହୃଦୁରାମପୁର ଗ୍ରାମରେ ଦୁଇ ଦିନ ଧରି ଅଲେଖ ମହିମା ଧର୍ମ ମେଳା ନିରାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଅଲେଖ ମହିମା ଭକ୍ତ ମାୟାଧର ପାତ୍ର ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଧର୍ମ ମେଳାରେ ମୁଖ୍ୟ ଅତିଥି ଭାବେ ମାତା ମଞ୍ଜୁ ଦାସ, ସମ୍ମାନିତ ଅତିଥି ଭାବେ ଭକ୍ତ ଶୁଆ, ଶାରୀ, ବାବା ଲୋଚନ, ଭକ୍ତ କାନ୍ହୁ ପ୍ରମୁଖ ଯୋଗ ଦେଇ ପ୍ରବନ୍ଧ ଯଗେଶ୍ୱର ମହିମା ଗୋସାଇଁ ପ୍ରଭୁଙ୍କ ଉଦ୍ୟେଶ୍ୟରେ ଅଖଣ୍ଡ ବତୀ ପ୍ରଯ୍ୟଳନ କରି ଜଗତ ର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ ଏବଂ ବ୍ରହ୍ମ ମୁହୁର୍ତ ପ୍ରାତଃ କାଳରେ ବାଲ୍ୟଲୀଳା ସମାପିତ ହୋଇଥିଲା l ଏହି ଅବସରରେ ବାବା ଜଟିଆ, ନୁକୁ ଓ ତାଙ୍କ ସାଥୀମାନେ ସନ୍ଥକବି ଭୀମ ଭୋଇ ଙ୍କ ରଚିତ ଭଜନ, ଜଣାଣ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖଞ୍ଜଣୀ ଭଜନ ପରିବେଷଣ କରିଥିଲେ l ଧର୍ମ ମେଳାରେ ଦର୍ଶନାଭିଳାଷୀ ଭାବେ ମୁନି ହୀରାମୋହନ ନାୟକ ଯୋଗ ଦେଇଥିଲା ବେଳେ ମେଳାକୁ ଆୟୋଜକ ଶ୍ୟାମସୁନ୍ଦର ପାତ୍ର, ଭକ୍ତ ମାୟାଧର ପାତ୍ର, ଭଗବତୀ ପାତ୍ର, ସତ୍ୟବ୍ରତ ପାତ୍ର ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l ଧର୍ମ ମେଳାରେ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ମହିମା ଭକ୍ତ, ଶ୍ରଦ୍ଧାଳୁମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।