logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନର୍ମଦାଶ୍ଵରାୟ ଖଣି ପ୍ରଭାବିତ ଅଞ୍ଚଳ ବାସୀଙ୍କ ଗଣ ଧାରଣା।

ନର୍ମଦାଶ୍ଵରାୟ ଖଣି ପ୍ରଭାବିତ ଅଞ୍ଚଳ ବାସୀଙ୍କ ଗଣ ଧାରଣା।

କେନ୍ଦୁଝର,୨୬।୨:କେନ୍ଦୁଝର ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମୁଣ୍ଡି ପଞ୍ଚାୟତ ଉପରଜାଗର ଠାରେ ଆଜି ନର୍ମଦାଶ୍ଵରାୟ ଖଣି ପ୍ରଭାବିତ ଉପରଜାଗର, ତଳଜାଗର, ଉରୁମୁଣ୍ଡା ଆଦି ତିନୋଟି ଗ୍ରାମର ଅଧିବାସୀ ମାନେ ସ୍ଥାନୀୟ ନିଯୁକ୍ତି ସହ ଅନ୍ୟାନ୍ୟ କାମରେ ସାମିଲ କରାଯାଉ ବୋଲି ଶତାଧିକ ଲୋକ ଗଣ ଧାରଣାରେ ବସିଛନ୍ତି। ପ୍ରଭାବିତ ମୂଳ ଆଦିବାସୀ ଖଣି ଖନନ ହେଉଥିଵା ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ଯଥା କେନ୍ଦୁ, ଚାହାର, ଛତୁ, କରଡି, ମହୁ, ଝୁଣା, ଅଁଳା, ପତ୍ର, କେନ୍ଦୁପତ୍ର ଏବଂ ପଡୁଚାଷ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଖଣି ପ୍ରଭାବିତ ପୂର୍ବରୁ ଗ୍ରାମସଭାରେ ଗ୍ରାମବାସୀ ଖଣି କାର୍ଯ୍ୟ ଚଳାଇବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ନେଇ ଆଲୋଚନାରେ ରାସ୍ତା, ସ୍କୁଲ, ସ୍ବାସ୍ଥ୍ୟକେନ୍ଦ୍ର, କର୍ମନିଯୁକ୍ତି, ପିଇବା ପାଣି, ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଦେଇ ନିଯୁକ୍ତି ପ୍ରଦାନ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ। ଖଣି ଖନନ ଲେବର ମାନଙ୍କ ଦ୍ବାରା ଚାଲି ଆସୁଥିଲା। ୨୦୧୨-୧୩ ମସିହାରେ ସରକାରଙ୍କ ନିୟମକୁ ପାଳନ ନ କରିବାରୁ ଦୀର୍ଘବର୍ଷ ଧରି ମାଇନ୍ସ ବନ୍ଦ ହୋଇଥିଲା। ଫଳରେ ସ୍ଥାୟୀ ଶ୍ରମିକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଜିଲା ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି ତୋ ଅନେକ କର୍ମ ନପାଇ ଘରେ ହାତ ବାନ୍ଧି ବସିଛନ୍ତି। ଏବେ ବନ୍ଦ ପଡିଥିବା ମାଇନ୍ସକୁ ଚାଲୁ କରିବା ପାଇଁ ସରକାର ନିଷ୍ପତ୍ତି ନେବା କଥା ସ୍ଥାନୀୟ ବାସିନ୍ଦା ଜାଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା।ଅନ୍ୟପକ୍ଷରେ ଉକ୍ତ ଖଣି ଡିଭି ପ୍ରୋଜେକ୍ଟ ଦ୍ଵାରା ଚାଲୁ ହେଲା ମାତ୍ର ଏଠାରେ ଶ୍ରମିକ ବଦଳରେ ମେସିନ ସାହାଯ୍ୟରେ ଖଣି କାର୍ଯ୍ୟ ଚାଲୁଥିବା ଦେଖି ତୀବ୍ର ଅସନ୍ତୋଷ ଦେଖାଦେଇଛି। ରେଜିଙ୍ଗ, ଲେବର, ଲୋଡିଂ ଓ ପାଲ ବନ୍ଧା କାମ ହରାଇ ଶ୍ରମିକମାନେ ରୋଜଗାର ହରାଇ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ ହୋଇଛି। ଏଣୁ ପୁତୁଲିପାଣି ମାଇନ୍ସ ଦ୍ବାରା ଖଣି କ୍ଷତିଗ୍ରସ୍ତ ଜଙ୍ଗଲହରା, ଜମିହରା ଓ ମୂଳବାସିନ୍ଦାଙ୍କୁ ଖଣିରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ରାସ୍ତା ଓ ଗ୍ରାମର ବିକାଶ ମୂଳକ କାମ ଓ ଲଡିଙ୍ଗ କାମ, ରେଜିଙ୍ଗ କାମ, ରେବୁଲିଙ୍ଗ ଏବଂ ପାଲ ବାନ୍ଧିବା କାମ, ଟ୍ରାନ୍ସପୋର୍ଟି ଆଦି କାମ ଯୋଗାଇଦେବାକୁ ଲିଖିତ ଦାବୀ ହୋଇଆସୁଥିଲା ହେଉଥିଲା । ମାତ୍ର ଡ଼ିଭି ପ୍ରୋଜେକ୍ଟ ସ୍ଥାନୀୟ ବାସିନ୍ଦାଙ୍କ ଦାବିକୁ କୌଣସି କର୍ଣ୍ଣପାତ ନକରିବାରୁ ଆଜି ପ୍ରଭାବିତ ତିନି ଗ୍ରାମର ଶତାଧିକ ପୁରୁଷ ମହିଳା ସକାଳ ୯ଟାରୁ ଖଣି ମୁଖ୍ୟ ଫାଟକ ସାମ୍ନାରେ ଗଣ ଧାରଣାରେ ବସିଛନ୍ତି।ଆଗମୀ ଦିନରେ ନର୍ମଦାଶ୍ଵରାୟ ଖଣି ପ୍ରଭାବିତ ଅଞ୍ଚଳ ଟ୍ରଷ୍ଟ ଦ୍ଵାରା ଖଣିରେ କାମ ଦିଆନଲେ ଖଣି ଖନନ ସମ୍ପୂର୍ଣ ବନ୍ଦ କରାଯିବ ବୋଲି ନର୍ମଦାଶ୍ଵରାୟ ଖଣି ପ୍ରଭାବିତ ଅଞ୍ଚଳ ଟ୍ରଷ୍ଟ ସଭାପତି ଯୋଷଦା ସେନାପତି, ସମ୍ପାଦିକା ଯମୁନା ପୂର୍ତ୍ତି, ଶ୍ରମିକ ନେତା ଖଗେଶ୍ବର ପୂର୍ତ୍ତି, ସଦସ୍ୟା କୁନି ଦେହୁରୀ, ସୂର୍ଯ୍ୟ ମୁଣ୍ଡା ସମେତ ତିନି ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

9
721 views

Comment