logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଫଗୁ ଦଶମୀ - ବସନ୍ତ କୁମାର ପ୍ରଧାନ ଙ୍କ ଦ୍ଵାରା ରଚିତ କବିତା।

ଫଗୁ ଦଶମୀ
**********
ବସନ୍ତ କୁମାର ପ୍ରଧାନ

ଫାଲଗୁନ ମାସ ଶୁକଳ ଦଶମୀ
ଫଗୁ ଦଶମୀ ନାମରେ ଖ୍ୟାତ
ଏହି ଦିନ ଠାରୁ ହୁଏ ଶୁଭାରମ୍ଭ
ରାଧା ଗୋବିନ୍ଦଙ୍କ ଦୋଳ ଯାତ l

ଦଶମୀ ତିଥିରୁ ଦଶ ଦୋଳ ଯାଏଁ
ଉଲ୍ଲାସରେ ହୁଏ ଦୋଳ ଯାତରା
ହିନ୍ଦୁମାନଙ୍କର ଏକ ଶ୍ରେଷ୍ଠ ପର୍ବ
ପାଳିଥା'ନ୍ତି ଲୋକ ଦେଶ ସାରା l

ଦୋଳ ବିମାନରେ ବିଜେ ରାଧାକୃଷ୍ଣ
ଦର୍ଶନ କରନ୍ତି ସକଳ ଜନ
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ରଙ୍ଗ ପରବକୁ କରେ ପାଳନ l

ପୁରେ ପୁରେ ପ୍ରଭୁ ପୂଜିତ ହୁଅନ୍ତି
ଗୃହନାରୀ କରିଥାଏ ବନ୍ଦାଣ
ହରିବୋଲ ହୁଳହୁଳି ରେ ଉଛୁଳେ
ଭକତ କରନ୍ତି ନାମ କୀର୍ତ୍ତନ l

ବସନ୍ତ ରତୁର କମନୀୟ କାନ୍ତି
ପ୍ରକୃତି ସୁନ୍ଦରୀ ମୋହିନୀ ବେଶ
ପୁଲକରେ ଭରିଦିଏ ମନପ୍ରାଣ
ଦୁରକରେ ମନୁ ଦୁଃଖ ପରାସ l

ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମ
କରିଥାଏ ଜଗତକୁ ପବିତ୍ର
ଅମର ପ୍ରେମର ସ୍ୱାକ୍ଷର ଭାବରେ
ଫଗୁ ଦଶମୀ ମହିମାନ୍ବିତ l

କୁସୁମିତ ଅଟେ ବସନ୍ତ ସମୟ
ରଙ୍ଗିଲା ରଙ୍ଗିଲା ଲାଗେ ଫଗୁଣ
ବରଷକୁ ଥରେ ଏ ମରତ ପୁରେ
ସରଗ କରଇ ଯେ ପଦାର୍ପଣ l
************************
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ -7735611484

ସୌଜନ୍ୟ ଖଣ୍ଡାଧାର ନିଉଜ।

32
1030 views

Comment