logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶାଳବେଡା ମଝି ସାହି ଠାରୁ ଜିଆଣୀ ସାହି ରାସ୍ତା ପାଲଟିଛି ମରଣ ଯନ୍ତା।

ଶାଳବେଡା ମଝି ସାହି ଠାରୁ ଜିଆଣୀ ସାହି ରାସ୍ତା ପାଲଟିଛି ମରଣ ଯନ୍ତା।

ହରିଚନ୍ଦନପୁର: ୨୫/୦୨ (ଖଣ୍ଡାଧାର ନିଉଜ) ବାରମ୍ବାର ଦାବୀ ପରେ ହେଉନି ମରାମତି; ଗମନା ଗମନର ସୁବିଧା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ତୃଣମୂଳ ସ୍ତରରେ କାର୍ଯ୍ୟରତ ପ୍ରଶାସନିକ ପଦାଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ, ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଶାଳବେଡ଼ା ଠାରୁ ଜିଆଣୀ ସାହି ପଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା। ରାସ୍ତାରେ ବିଜୁଳି ଆଲୋକର ସୁବିଧା ନଥିବାରୁ ରାତି ହେଲେ ଗମନା ଗମନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏଣୁ ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଖଣ୍ଡାଧାର ନିଉଜ- ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

12
594 views

Comment