logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଧ୍ୟାତ୍ମିକତା ମଣିଷ ଚେତନାକୁ ମାର୍ଜିତ କରେ।

ଆଧ୍ୟାତ୍ମିକତା ମଣିଷ ଚେତନାକୁ ମାର୍ଜିତ କରେ।
- ପଣ୍ତିତ ଦୈତ୍ୟାରି ମହାପାତ୍ର
- ସାର୍ବଜନୀନ ଲକ୍ଷ୍ମୀ ନାରାୟଣ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟିତ
ଭଦ୍ରକ /ତିହିଡି- ୨୫/୦୨(ଖଣ୍ଡାଧାର ନିୟୁଜ)ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଆରୁହା ସ୍ଥିତ ସାର୍ବଜନୀନ ଲକ୍ଷ୍ମୀ ନାରାୟଣ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଗବେଷକ ତଥା ଆଧ୍ୟାତ୍ମିକ ପ୍ରବକ୍ତା ସହସ୍ର ଗବେଷଣାଧାର୍ମୀ ପୁସ୍ତକର ସ୍ରଷ୍ଟା ପଣ୍ଡିତ ଦୈତ୍ୟାରି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ଫଳକ ଉଦ୍ଘାଟନ କରିଥିଲେ। ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ସମାରୋହର ପ୍ରଥମ ଅଧିବେଶନ ପୂଜା କମିଟିର ପୂର୍ବତନ ସଭାପତି ଇଂ ଭାଗିରଥି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ଅତିଥି ପଣ୍ଡିତ ମହାପାତ୍ର ଯୋଗ ଦେଇ ଆଧ୍ୟାତ୍ମିକତା ମଣିଷର ଚିନ୍ତା ଓ ଚେତନାକୁ ପରିମାର୍ଜିତ କରି ଐଶ୍ୱରୀୟ ଶକ୍ତିକୁ ଜାଗ୍ରତ କରିବାରେ ସହାୟକ ହୋଇଥାଏ। ଜୀବନରେ ସୁଖ ଶାନ୍ତିରେ ଜୀବନଯାପନ କରିବାକୁ ହେଲେ ଘରେ ଘରେ ପିତା ମାତାଙ୍କୁ ଜୀବନ୍ତ ଦେବତା ଏବଂ ପ୍ରତ୍ୟକ୍ଷ ଦେବତା ଭାବରେ ପୂଜା କରିବା ଉଚିତ୍। ଅହଂକାରକୁ ପରିତ୍ୟାଗ କରି ଓମ୍ କାରକୁ ପ୍ରାଧାନ୍ୟ ଦେବା ସନାତନ ଧର୍ମର ମୂଳ ମନ୍ତ୍ର। ଯେଉଁମାନଙ୍କ ଦ୍ଵାରା ଏହି ଲକ୍ଷ୍ମୀ ନାରାୟଣ ମନ୍ଦିର ସୃଷ୍ଟି ହୋଇଛି ସେମାନଙ୍କୁ ପ୍ରାତଃ ସ୍ମରଣ ପରି ଗୁରୁତ୍ଵ ଦେବା ବିଧେୟ। ଏଥି ସହିତ ପ୍ରତି ଘରକୁ ଏକ ମନ୍ଦିର ଏବଂ ପିତା ମାତାଙ୍କୁ ଦେବତା ଭଳି ପୁଜା କଲେ ଲକ୍ଷ୍ମୀ ନାରାୟଣ ସନ୍ତୁଷ୍ଟ ହେବା ସହିତ ସୁବର୍ଣ୍ଣ ଜୟନ୍ତୀ ସମାରୋହର ପାଳନ ସଫଳ ହେଲା ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଦୈବୀବିଶ୍ୱାସ ମଣିଷର ସଫଳତାର ଆଶାକୁ ସହଜ କରେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡକ୍ଟର ଲକ୍ଷ୍ମୀଧର ତ୍ରିପାଠୀ, ଡକ୍ଟର ଅଭୟ ଦାସ ଏବଂ ସମିତି ସଭ୍ୟ ନକୁଳ ଚନ୍ଦ୍ର ବାରିକ କହିଥିଲେ ସମାଜକୁ ବିକଶିତ କରିବାର ଏକମାତ୍ର ମାଧ୍ୟମ ହେଉଛି ଆଧ୍ୟାତ୍ମିକତା। ବିଶିଷ୍ଟ କବି ଡକ୍ଟର ଅମୂଲ୍ୟ କୁମାର ସେନାପତି ସଭା ପରିଚାଳନା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ସମାରୋହର ଦ୍ଵିତୀୟ ଅଧିବେଶନରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ମୂରଲୀଧର ବାରିକଙ୍କ ସଭାପତିତ୍ବରେ ଭଦ୍ରକର ଲୋକପ୍ରିୟ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯୁଗ ଯୁଗ ଧରି ଏକ ଅଦୃଶ୍ୟ ଶକ୍ତି ଏ ଅଖଣ୍ଡ ମଣ୍ଡଳକୁ ପରିଚାଳନା କରୁଛି। ତାଙ୍କ ବିନା ଅନୁମତିରେ ଗଛର ପତ୍ରଟିଏ ବି ହଲେ ନାହିଁ। ସେ ହେଉଛନ୍ତି ସର୍ବ ଶକ୍ତିମାନ। ଏବେ ସମୟ ଆସିଛି ଆମ ସମସ୍ତଙ୍କୁ ଧର୍ମ ମାର୍ଗରେ ରହି ସତ୍ୟକୁ ଅନୁସରଣ କରିବା ଉଚିତ। ଲକ୍ଷ୍ମୀ ନାରାୟଣ ହେଉଛନ୍ତି ସ୍ଵୟଂ ପୂର୍ଣ୍ଣବ୍ରହ୍ମ। ତାଙ୍କ ନିକଟରେ ଶରଣ ପଶିଲେ ଜୀବ ମୁକ୍ତି ମୋକ୍ଷ ପ୍ରାପ୍ତି ହୋଇଥାଏ। ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ସିନ୍ଧୋଳ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁପ୍ରଭା ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଅଜୟ କୁମାର ମଲ୍ଲିକ, ଧୀରେନ୍ଦ୍ର ବଳ, ପୂର୍ବତନ ସରପଞ୍ଚ ବୈକୁଣ୍ଠ ପାଣି , ମୀନକେତନ ସେନାପତି, ଭଗବାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତିହିଡି ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ନାୟକ ଓ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। ପୂଜା କମିଟିର ସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଦେବେନ୍ଦ୍ର ନାଥ ବାରିକ, କୋଷାଧ୍ୟକ୍ଷ ଦେବେନ୍ଦ୍ର ବାରିକ , ସରୋଜ କୁମାର ନାୟକ, ଅନିରୁଦ୍ଧ ବାରିକ, କମଳାକାନ୍ତ ଦାସ, କରୁଣାକର ନାୟକ, ରବୀନ୍ଦ୍ର ଦାସ, ଆଶୁତୋଷ କରଣ, ଅଶ୍ଵିନୀ ମଲ୍ଲିକ, ମାନସ ରଞ୍ଜନ ସେନାପତି, ନାରାୟଣ ପୃଷ୍ଟି, ଲକ୍ଷ୍ମୀଧର ଦାସ, ରତିକାନ୍ତ ନାୟକ, ଭାସ୍କର ଦାସ, ସୁକାନ୍ତ ନାୟକ, ସିମାଞ୍ଚଳ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କମିଟିର ସମ୍ପାଦକ ଦେବେନ୍ଦ୍ର ନାଥ ବାରିକ ସୁବର୍ଣ୍ଣ ଜୟନ୍ତୀ କମିଟିର ବିବରଣୀ ପାଠ କରିଥିବା ବେଳେ କମିଟିର ସଭାପତି ପରମାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଖଣ୍ଡାଧାର ନିଉଜ- ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

6
870 views

Comment