logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରଥମେ ଜିଲ୍ଲାପାଳ ଙ୍କୁ ଦାବି ଏବେ ଧାରଣା  ପାଇଁ ଚେତାବନୀ।

ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ର ୧୩୫ ପରିବାର ଙ୍କ ଦାବି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବା ନିମନ୍ତେ। ଏଭଳି ସମସ୍ୟା ପାଇଁ ୧୨ ନମ୍ବର ୱାର୍ଡ ର ଲୋକେ ବୁଧବାର ଦିନ ପୁନଃ ବିଡ଼ିଓ ଓ ସିଡିପିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ଏଠାରେ କୌଣସି ଅଙ୍ଗନବାଡ଼ି ନଥିବା ରୁ ସ୍କୁଲ ବାରଣ୍ଡାରେ ଶିକ୍ଷା ଲାଭ ଚାଲୁରହି ଥିବା ଗ୍ରାମବାସୀ ମାନେ କହିଛନ୍ତି। ଏହାଛଡା କୌଣସି ପିଲା ମାନଙ୍କୁ ଆସୁଥିବା ଖାଦ୍ୟ ଠିକ୍ ରେ ଦିଆ ଯାଇ ପାରୁନାହିଁ। ଗୋଟିଏ ନୂତନ ଅଙ୍ଗନବାଡି  ଖୋଲିବାକୁ ସରକାର ନିଷ୍ପତି ନିଅନ୍ତୁ ବୋଲି ଦାବି କରିଥିଲେ। ଏହି ଦାବି ପତ୍ର ଅନୁଯାଇ ହାଟଡିହି ବିଡ଼ିଓ ପୂର୍ବରୁ ସ୍ଥାନ ନିରୂପଣ ଲାଗି ସରକାରୀ ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ କିଛି ଦିନ ହେବ ଆଉ କିଛି କାମ ହେଉ ନଥିବାରୁ  ବିଭାଗୀୟ ଅଧିକାରୀ ଙ୍କ ତ୍ରୁଟି ଦର୍ଶାଇ ଧାରଣା ଦେବା କୁ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ବିଡ଼ିଓ କହନ୍ତି ଆମେ ଦରଖାସ୍ତ ପାଇଛୁ ସରକାରୀ ପ୍ରକ୍ରିୟା ରହିଛି ଏହାକୁ ଜିଲ୍ଲାପାଳ ଙ୍କୁ ଅବଗତ କରାଇବା ପରେ ଯାହା ନିର୍ଦ୍ଦେଶ ଆସିବ ଆମେ ଗ୍ରହଣ କରିବୁ।

4
796 views

Comment