logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

"ଇଶ୍ୱରୀ"- ଶାଶ୍ବତ ହୋତା ଙ୍କ ଦ୍ଵାରା ରଚିତ କବିତା।

"ଇଶ୍ୱରୀ"
-------------
ସେ ଜନମ ଦିଏ
ସେ ପାଳନ କରେ
ସେ ମମତା ଢାଳେ
ସେ ସଂସ୍କାର ଭରେ ।।
ଏଇ ଧାରା ପୃଷ୍ଠରେ ଏକା ବେଳକେ ସେ
ମାନବୀ ଓ "ଇଶ୍ୱରୀ"ର ରୂପ ଧରି ପାରେ ।।

ଏଇ ଦୁନିଆଁରେ ପାଦ ରଖିଲେ
ପ୍ରଥମ ସ୍ପର୍ଶ ତାରି ମିଳେ
ପ୍ରଥମ ଭୋଜନ ତାଠୁ ମିଳେ
ପ୍ରଥମ ନଜର ତା ସହ ମିଳେ
ପ୍ରଥମ ପ୍ରେମ ତା ସହ ହୁଏ ।।

ସଂପୂର୍ଣ୍ଣ ବର୍ଣ୍ଣମାଳାରୁ
କେବଳ ଗୋଟିଏ ଅକ୍ଷରରେ
ମାତ୍ରା ଟିଏ ଯୋଡ଼ି ଦେଇ
ମ ଆ କାରେ "ମା" ରୂପରେ
ତା ପରିଚୟ ଲେଖା ଯାଏ...
କିନ୍ତୁ ସେଇ ମା ଶବ୍ଦରେ ହିଁ ତ
ସମଗ୍ର ବର୍ଣ୍ଣ ମାଳା, ଶବ୍ଦ
ଭାଷା ,ସାହିତ୍ୟ ସମାହିତ ଥାଏ...
ମା ରୁ ହିଁ ମାତୃ ଭାଷା ଜାତ ହୁଏ ।।

ଅଭିଜ୍ଞତାବିହୀନ ଶିଶୁ ଟିଏ ଯେବେ
କଥା କୁହା ଶିଖେ...
ମାତ୍ରା ରହିତ,ଅସଜଡା ବାକ୍ୟ ସହ
ଖନେଇ ଖନେଇ ,ଅନା ଵନା ଶବ୍ଦରେ
ତା ଭାବକୁ ରଖେ...
ତା ପ୍ରତିଟି ଶବ୍ଦକୁ
ମା ଛଡା ଆଉ
କିଏ ବା ବୁଝେ ଆଉ କିଏ ପରଖେ...!?

ନିଜ ଆୟୁଷର ସବୁତକ ବୟସକୁ
ସେବାରେ,ପ୍ରୀତିରେ,ସେନେହରେ
ଢାଳି ଦେଇପାରେ...
ଶରୀରର ବୁନ୍ଦା ବୁନ୍ଦା
ଲହୁ,ଲୁହ,ଝାଳକୁ ନିସର୍ତ୍ତରେ
ଅନ୍ୟ ପାଇଁ ନିଗାଡି ଦେଇ ପାରେ....।।
ଏକା ବେଳକେ ସେ
ମାନବୀ ଓ "ଇଶ୍ୱରୀ"ର ରୂପ ଧରି ପାରେ ।।

(ଶାଶ୍ଵତୀ ହୋତା)
(ସାଗୁନଭାଡ଼ି, ନୂଆପଡ଼ା)
(୮୪୫୭୯୦୫୬୪୩)

14
912 views

Comment