logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗୋବର୍ଦ୍ଧନ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ସମ୍ବର୍ଦ୍ଧନା।

ଗୋବର୍ଦ୍ଧନ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ସମ୍ବର୍ଦ୍ଧନା

କେନ୍ଦୁଝର -୨୪/୦୨(ଖଣ୍ଡାଧାର ନିୟୁଜ) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୋବର୍ଦ୍ଧନର କୃତୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି । ଏନ ଆର ଟି ଏସ ପରୀକ୍ଷାରେ ନବମ ଶ୍ରେଣୀର ଛାତ୍ର ଶୁଭମ ମହାନ୍ତ କୃତକାର୍ଯ୍ୟ ହୋଇଥିବା ବେଳେ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ଷ୍ଟେଜ-୧ ପରୀକ୍ଷାରେ ତିଳୋତ୍ତମା ମହାନ୍ତ ଓ ପ୍ରୀତିରେଖା ମହାନ୍ତ କୃତକାର୍ଯ୍ୟ ହୋଇଛନ୍ତି । ଏ ଅବସରରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପିଲାମାନଙ୍କର ସଫଳତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷିକା ଖୁସି ବ୍ୟକ୍ତ କରିଥିଲେ ଏବଂ ସେମାନଙ୍କର ସଫଳତା ଅନ୍ୟ ପିଲାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ସେମାନେ ପିଲାମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ। ଏ କାର୍ଯ୍ୟକ୍ରମରେ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତ, ସତ୍ୟଜିତ କୁମାର ଦେହୁରୀ, ରବିନାରାୟଣ ନାଥ ଶର୍ମା, ବିଜୟ କୁମାର ମହାନ୍ତ, ବ୍ରଜବନ୍ଧୁ ମାଝି, ହରିହର ମହାନ୍ତ, ସାଗରାମ କିସ୍କୁ, ଗୀତାଞ୍ଜଳି ସାହୁ, ମିନୁ ମୁଦି, ପଙ୍କଜିନୀ ଖଟୁଆ, ସତ୍ୟଭାମା ଦେହୁରୀ, ଇନ୍ଦୁମତୀ ଓରାମ, ସୁକାନ୍ତି ମହାନ୍ତ ଓ ଜଗଦୀଶ ମହାନ୍ତ ଅଂଶଗ୍ରହଣ କରିଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

12
881 views

Comment