logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୃତି ଛାତ୍ର ଛାତ୍ରୀଙ୍କ ପାଇଁ ଜନତା ଉଚ୍ଚ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ସଭା

ବିଦ୍ୟାଳୟର ଇକୋ-କ୍ଲବ ତରଫରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର,୨୫/୨ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୋବର୍ଦ୍ଧନ ତରଫରୁ ବିଦ୍ୟାଳୟକୁ ସୁନାମ ଆଣିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଗତକାଲି ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ କୃତୀ ଛାତ୍ରଛାତ୍ରୀ ଏନ୍ ଆର୍ ଟି ଏସ୍ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ନବମ ଶ୍ରେଣୀର ଛାତ୍ର ଶୁଭମ ମହାନ୍ତ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ଷ୍ଟେଜ -୧ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ତିଳୋତ୍ତମା ମହାନ୍ତ ଓ ପ୍ରୀତିରେଖା ମହାନ୍ତ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ପିଲାମାନଙ୍କର ସଫଳତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷିକା ଖୁସି ବ୍ୟକ୍ତ କରିଥିଲେ ଏବଂ ସେମାନଙ୍କର ସଫଳତା ଅନ୍ୟ ପିଲାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିବା ସହିତ ପିଲାମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏ କାର୍ଯ୍ୟକ୍ରମରେ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତ, ସତ୍ୟଜିତ କୁମାର ଦେହୁରୀ, ରବିନାରାୟଣ ନାଥ ଶର୍ମା, ବିଜୟ କୁମାର ମହାନ୍ତ, ବ୍ରଜବନ୍ଧୁ ମାଝି, ହରିହର ମହାନ୍ତ, ସାଗରାମ କିସ୍କୁ, ଗୀତାଞ୍ଜଳି ସାହୁ, ମିନୁ ମୁଦି, ପଙ୍କଜିନୀ ଖଟୁଆ, ସତ୍ୟଭାମା ଦେହୁରୀ, ଇନ୍ଦୁମତୀ ଓରାମ, ସୁକାନ୍ତି ମହାନ୍ତ ଓ ଜଗଦୀଶ ମହାନ୍ତ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ଶରତ ଚନ୍ଦ୍ର ମହାନ୍ତ
ସୌଜନ୍ଯ ବାବୁଲାଲ ପଲେଇ,ଆଇମା ମିଡିଆ

8
1613 views

Comment