logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କିଏ କାହାର? - ଡ. ପ୍ରବୀଣ କୁମାର ଦେଓ ଙ୍କ ଦ୍ଵାରା ରଚିତ କବିତା।

କିଏ କାହାର?

ଏମିତି ବସିଥିଲା ବେଳେ
ନିଜକୁ ପ୍ରଶ୍ନ କଲି
ମୁଁ କାହାର ?
ପଛରୁ ମୋ ଛାଇ
ମତେ ଖତେଈ ହେଇ କହିଲା
ବୋକା' ଜାଣି ପାରିଲୁନି
ଏ ଯାଏଁ
କାଲି ଥିଲୁ ତୁ ଅନାବାଦୀ
ଆଉ ଆଜି ଗୋଚର।

ମୁଁ କହିଲି କେହି ନ ହେଲେ ନାହିଁ
ତୁ ତ ଅଛୁ ମୋ ସହ
ମୋ ଛାଇ ହେଇ !
ସେ ହସିଲା ଆଉ କହିଲା
ସତରେ ତୁ ଗୋଟେ ବୋକା,
ଭାବୁଛୁ ସମସ୍ତେ ଏଠି ତୋର
ଯେତେବେଳେ ଅନ୍ଧାର ଆସେ
ମୁଁ ବି
ତୋ ସହ ନ ଥାଏ ...।।

ଖଣ୍ଡାଧାର ନିଉଜ- ଡ. ପ୍ରବୀଣ କୁମାର ଦେଓ ଙ୍କ ଦ୍ଵାରା ରଚିତ କବିତା, ମୋବାଇଲ: 70084 16853

11
604 views

Comment