logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଜଣା ଗାଡି ଧକ୍କାରେ ମହିଳା ମୃତ।

ଅଜଣା ଗାଡି ଧକ୍କାରେ ମହିଳା ମୃତ।

କେନ୍ଦୁଝର,ତା୨୩/୨-୨୦ ନମ୍ବର ଜାତୀୟ ରାଜପଥ ଘଟଗାଁ ଥାନା ଅନ୍ତର୍ଗତ ଘଟଗାଁ କଲେଜ ନିକଟରେ ଗତକାଲି ରାତିରେ ଅଜଣା ଗାଡି ଧକ୍କାରେ ଜଣଙ୍କ ଜୀବନ ଯାଇଛି। ମୃତକ ଜଣକ ନିକଟବର୍ତ୍ତୀ ବାଟହରିଚନ୍ଦନପୁର ଗ୍ରାମର ଶ୍ରିପତି ବେହେରାଙ୍କ ସ୍ତ୍ରୀ ସୁଲୋଚନା ବେହେରା (୫୫) ବୋଲି ଜଣାପଡିଛି। ତାଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ଥିଲା। ତେବେ ଗତକାଲି ଅଜଣା ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି।ଖବରପାଇ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚାଲୁରଖିଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

17
696 views

Comment