logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଫଗୁ ଫଗୁଣର ମହକ ଶୀର୍ଷକ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ।

ଫଗୁ ଫଗୁଣର ମହକ ଶୀର୍ଷକ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ।

କରଞ୍ଜିଆ -୨୨/୦୨(ଖଣ୍ଡାଧାର ନିୟୁଜ)
ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ସବଡ଼ିଭିଜନ ଅନ୍ତର୍ଗତ କରଞ୍ଜିଆ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ଫଗୁ ଫଗୁଣର ମହକ ଶୀର୍ଷକ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠାନ ର ସଭାପତି ଭରତ ଚନ୍ଦ୍ର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଟାନ ର ସାଧାରଣ ସମ୍ପାଦକ ତଥା କାଦଡିହା ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଭାଗବତ ଲେଙ୍କା ଆଜି ର କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଜଣାଇବା ସହିତ ସମସ୍ତ କବି ଲେଖକମାନଙ୍କୁ ସ୍ଵାଗତ କରିଥିଲେ । ଓଡ଼ିଆ ସାହିତ୍ୟ ରେ ବସନ୍ତ ବର୍ଣ୍ଣନା ସହିତ ଷଡଋତୁ ଉପରେ ଆଲୋକପାତ କରାଯାଇଥିଲା । ଋତୁରାଜ ବସନ୍ତ ଖାଲି ରୂପ ବର୍ଣ୍ଣନା ରେ ପରିଚିତ ତାହା ନୁହେଁ , ଏଥିରେ ମଧ୍ୟ ଜୀବନ ର କଥା ପ୍ରକାଶିତ ହୋଇଛି ବୋଲି ଆଲୋକ ମାନେ ଦର୍ଶାଇବା ସହିତ ସ୍ବରଚିତ କବିତା ପାଠ କରିଥିଲେ । ସେଥିମଧ୍ୟରୁ ଚେତନା ସଂଗଠନର ସଭାପତି ସଞ୍ଜୟ କୁମାର ସାହୁ , ରବୀନ୍ଦ୍ର କୁମାର ପାତ୍ର,ଝାଡେଶ୍ଵର ମହାନ୍ତ , ଡକ୍ଟର ଭାଗବତ ଲେଙ୍କା , ମନୋହର ପାତ୍ର , ଭରତ ଚନ୍ଦ୍ର ଦାଶ ,ଇଂ ତ୍ରିଲୋଚନ ସେଠୀ , ହରେକୃଷ୍ଣ ମହାନ୍ତ , ସର୍ବେଶ୍ଵର ମିଶ୍ର , ଭୂପତି ମହାନ୍ତି , ରବୀନ୍ଦ୍ର ନାଥ ମହାନ୍ତ , ଦୁଃଶାସନ ମହାନ୍ତ , ବେଣୁ ଧର ମହାନ୍ତ ଙ୍କ କବିତା ପାଠ କରିଥିଲେ । କରଞ୍ଜିଆ ଅବସର ପ୍ରାପ୍ତ କର୍ମଚାରୀ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ସାହିତ୍ୟିକ ବୁଦ୍ଧିଜୀବୀ ଯୋଗ ଦାନ କରି ଥିଲେ । ଶିକ୍ଷକ ମନୋହର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

3
683 views

Comment