logo

ଏସ ଏନ ବିବେକାନ୍ଦନ ଶିକ୍ଷା କେନ୍ଦ୍ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଏସ ଏନ ବିବେକାନ୍ଦନ ଶିକ୍ଷା କେନ୍ଦ୍ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

କେନ୍ଦୁଝର:୨୦/୦୨, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତର ବିରିଡିଆ ଗ୍ରାମରେ ଅବସ୍ଥିତ ଏସ୍‌ଏନ୍‌ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ନବମ ବାର୍ଷିକ ଉତ୍ସବ ଗତକାଲି ମହା ଆଡମ୍ବର ଓ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ରର ସଭାପତି ମଳୟ କୁମାର ସାହୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମ୍ୟୁନିସିପାଲଟିର ପୂର୍ବତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ ଯୋଗଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମେନ୍ଦ୍ରନାଥ ମହାନ୍ତି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ରାଉତ, ଓଡ଼ିଶା ଶିକ୍ଷା ପରିଷଦ ସଂଯୋଜକ ସୁଦର୍ଶନ ପ୍ରଧାନ ଓ ଦାମୋଦର ସାହୁ ଉପସ୍ଥିତ ଥିଲେ। ଅତିଥିମାନେ ପ୍ରଥମେ ସ୍ବାମୀ ବିବେକାନନ୍ଦ ଙ୍କ ଫଟୋଚିତ୍ରରେ ଧୂପ, ଦୀପ ଓ ପୁଷ୍ପମାଳ୍ୟ ଅର୍ପଣ କରି ଉତ୍ସବର ଔପଚାରିକ ଉଦ୍ଘାଟନ କରିଥିଲେ। ପରବର୍ତ୍ତୀରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଆକର୍ଷଣୀୟ ସାଙ୍ଗୀତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ ପ୍ରଧାନ ଶିକ୍ଷୟତ୍ରୀ ସୋର୍ଣ୍ଣଲତା ବେହେରା ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ବକ୍ତାମାନେ ତାଙ୍କ ଉଦବୋଧନ ରେ ଶିକ୍ଷାର ଗୁରୁତ୍ୱ, ନୈତିକ ମୂଲ୍ୟବୋଧ ଓ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ।ସମାରୋହରେ ବିଭିନ୍ନ ଶିକ୍ଷାମୂଳକ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ସହ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ମାତୃ ସମ୍ମିଳନୀ ରେ ଭାଗ ନେଇ କୃତିତ ହାସଲ କରିଥିବା କୋଡ଼ିଏ ଜଣ ଅବିଭାବକ ଅବିଭବିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷା କେନ୍ଦ୍ରର ସମସ୍ତ ଗୁରୁଜୀ ଗୁରୁମା ଏବଂ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।

ଖଣ୍ଡାଧାର ନିଉଜ- ବିଜୟ ଜେନା ଙ୍କ ରିପୋର୍ଟ।

13
540 views