logo

ପାଟଣା ତହସିଲ ଅଞ୍ଚଳ ର ଷ୍ଟିଲ ପ୍ଲାଣ୍ଟ ପ୍ରସଙ୍ଗ ରେଙ୍ଗାଳବେଡା ରେ ତୃତୀୟ ଗ୍ରାମ ସଭା ହେଲା ସଫଳ।

ପାଟଣା ତହସିଲ ଅଞ୍ଚଳ ର ଷ୍ଟିଲ ପ୍ଲାଣ୍ଟ ପ୍ରସଙ୍ଗ
ରେଙ୍ଗାଳବେଡା ରେ ତୃତୀୟ ଗ୍ରାମ ସଭା ହେଲା ସଫଳ।

ପାଟଣା - ୨୦/୨/୨୬ କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳ ରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ନିମନ୍ତେ ଆଜି ତୃତୀୟ ଗ୍ରାମସଭା ଅନୁଷ୍ଠିତ ହୋଇଛି । ପାଟଣା ତହସିଲ ଚେମେଣା ପଂଚାୟତ ଅନ୍ତର୍ଗତ ରେଙ୍ଗାଳବେଡା ଗ୍ରାମରେ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମ ସଭାରେ ଚେମେଣା ପଞ୍ଚାୟତ ର ସରପଞ୍ଚ ହେମଲତା ନାଏକ ଅଧକ୍ଷତା କରିଥିଲେ। ଏଥିରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ , ତହସିଲଦାର ଅଶ୍ୱିନୀ କୁମାର ନାୟକ , ବିଡ଼ିଓ ମାନସ କୁମାର ଦଣ୍ଡପାଟ , ଚେମେଣା ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ଇଡ଼କୋ ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ରେଙ୍ଗାଳବେଡା ମୌଜା ର ୩୮ଏକର ୬୨ ଡିସିମିଲ ଜମି ଅଧିଗ୍ରହଣ ପାଇଁ ଆଜି ଗ୍ରାମ ସଭା କାରାଯାଇଥିଲା । ୪୯ ନମ୍ବର ଜାତୀୟ ରାଜପଥ ଠାରୁ ୧ କିଲୋମିଟର ଦୂରତା ଭିତରେ ଜମି ଅଧିଗ୍ରହଣ ହେଲେ ଏକର ପିଛା ୭୫ କୋଟି ଟଙ୍କା ଏବଂ ୧ କିଲୋମିଟର ଦୂରତା ପରେ ଅଧିଗ୍ରହଣ ହେବାକୁ ଥିବା ଜମି ଏକର ପିଛା ୫୦ କୋଟି ଟଙ୍କା ଦାବି କରିଛନ୍ତି । ବର୍ତ୍ତମାନ ରେଙ୍ଗାଳବେଡା ରୁ ଅଧିଗ୍ରହଣ ହେବାକୁ ଥିବା ଏକର ୩୮.୬୨ ଡିସିମିଲ ଜମି ଠାରୁ ଅଧିକ ବୃଦ୍ଧି ହୋଇ ପାରିବ ନାହିଁ ।। ଏଥି ସହିତ ୬୦ ବର୍ଷ ବୟସ ର ପ୍ରତ୍ୟେକ ବୃଦ୍ଧ ,ବୃଦ୍ଧା ,ବିଧବା ଭିନ୍ନକ୍ଷମଙ୍କୁ ମାସିକ ଭତ୍ତା ୩୦ ହଜାର ଟଙ୍କା ଦିଆଯାଉ । ଗୋଟିଏ ପରିବାର ଯଦି କମ୍ପାନୀ ପାଇଁ ୧ ଡିସିମିଲ ଜମି ହରାଇ ଥାଏ ତେବେ ସମ୍ପୃକ୍ତ ପରିବାର କୁ ସଂପୂଣ୍ଣ ବିସ୍ଥାପିତ ନିୟମ ଲାଗୁ ହେବା ଆଦି ଦାବି ପୂରଣ ହେଲେ ଲୋକେ ବିସ୍ଥାପିତ ହେବାକୁ ମତ ରଖିଥିଲେ। । ଗ୍ରାମସଭା ରେ ଲୋକଙ୍କ ଠାରୁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସମ୍ପର୍କରେ ପଦକ୍ଷେପ ନିମନ୍ତେ ସରକାର ଙ୍କୁ ଅବଗତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ସଭା ରେ ଘୋଷଣା କରିଥିଲେ । ସମସ୍ତ ପ୍ରବେଶ ପଥ ମାନଙ୍କରେ ପୋଲିସ ର କଡା ପ୍ରହରା ଦେଇଥିବା ଦେଖାଯାଇଥିଲା।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

17
904 views