logo

ଜଣେ ନିରବ ସାଧକ ଓ ନିଷ୍ଠାବାନ ସେବକ ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି।

ଜଣେ ନିରବ ସାଧକ ଓ ନିଷ୍ଠାବାନ ସେବକ ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି।

ଓଁ ଶ୍ରୀ ସାଇରାମ, ଆମ ସାଇ ସଙ୍ଗଠନର ଜଣେ ନିରବ ସାଧକ, ନିଷ୍ଠାବାନ୍ ସେବକ, ବାଳ ବିକାଶ ଗୁରୁ- ପ୍ରିୟ ମୋଉସା ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ ତା ୧୯.୦୨.୨୦୨୬ ରିଖ ରେ ଭଗବାନଙ୍କ ପାଦପଦ୍ମ ରେ ଲୀନ ହୋଇଯାଇଛନ୍ତି। ମୋଉସା ଜଣେ ଯୁବ ଓ ଦାୟିତ୍ୱବାନ ସେବାଦଳ ସଦସ୍ୟ ଭାବେ ସଙ୍ଗଠନର ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇଥିଲେ। ସ୍ୱାମୀଙ୍କ ରଥ ଦର୍ଶନ କରିବାର ଦିବ୍ୟ ସୁଯୋଗ ମଧ୍ୟ ପାଇଥିଲେ। ବୟସ୍କ ହୋଇଥିଲେ ମଧ୍ୟ ସାଇକେଲ୍ ଧରି କେନ୍ଦୁଝର ସମିତିର ବିଭିନ୍ନ ବାଳ ବିକାଶ କେନ୍ଦ୍ରକୁ ଯାଇ ଗୁରୁ ଭାବେ ନିଷ୍ଠାପୂର୍ଣ୍ଣ ଭାବେ ଦାୟିତ୍ୱ ପାଳନ କରୁଥିଲେ।
ସେ କହୁଥିଲେ —“ସ୍ୱାମୀ, ଯେମିତି ରଖୁଛ ରଖ, କିନ୍ତୁ ତୁମ ସଙ୍ଗଠନରେ ମୋତେ ରଖିଥିବ।” ତାଙ୍କର ନିଃସ୍ୱାର୍ଥପର ସେବା, ସରଳତା ଓ ସମର୍ପଣ ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ଓ ପ୍ରେରଣାଦାୟକ ହୋଇ ରହିବ। ସ୍ବାମୀ ଆଜି ଆମେ ଜଣେ ନିରବ ସାଧକଙ୍କୁ ବିଦାୟ ଦେଉଛୁ, କିନ୍ତୁ ତାଙ୍କ ଆଦର୍ଶ ଓ ସେବାଭାବ ସଦା ଆମ ହୃଦୟରେ ବଞ୍ଚି ରହିଥିବ। ଭଗବାନ ବାବାଙ୍କ ଅପାର କୃପାରୁ ତାଙ୍କ ପରିବାର ସଦସ୍ୟମାନଙ୍କ ଜୀବନ ଦୀର୍ଘ, ସୁସ୍ଥ ଓ ଶାନ୍ତିମୟ ହେଉ — ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା। ଯେଉଁଠି ଥାଆନ୍ତୁ, ସ୍ୱାମୀଙ୍କ ବଙ୍ଗାରୁ(ସୁନାପିଲା) ହୋଇ ଦିବ୍ୟ ସାନିଧ୍ୟରେ ରହନ୍ତୁ। ପୁଣିଥରେ ସ୍ୱାମୀଙ୍କ ବାଳ ବିକାଶ ଗୁରୁ ଭାବେ ଜନ୍ମ ନେଇ ସେବାର ସୁଯୋଗ ପାଆନ୍ତୁ, ଏହି ଆମର ଅନୁରାଗଭରା ପ୍ରାର୍ଥନା ଓ ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅମରଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ।
ଓଁ ଶାନ୍ତି।।ଶାନ୍ତି।।ଶାନ୍ତିଃ।।
ଜୟ ସାଇରାମ 🙏

ଖଣ୍ଡାଧାର ନିଉଜ- ବ୍ରହ୍ମେଶ୍ୱର ସାହୁ ଙ୍କ ରିପୋର୍ଟ।

25
905 views