logo

"ସବୁ କାହିଁକିର ଉତ୍ତର ନଥାଏ।"

" ସବୁ କାହିଁକିର ଉତ୍ତର ନଥାଏ "
-------------------------------
ଶାନ୍ତିଲତା ସାହୁ (ସୋନମ୍)
ଫୋନ୍ -୬୩୭୧୭୯୪୧୨
--------------------------
ସେଇ ଗୋଟିଏ ପ୍ରଶ୍ନକୁ ତମେ ବାରମ୍ବାର ପଚାରି ପଚାରି ମତେ ଖତାକ୍ତ କରିପାର.... ହେଲେ ଉତ୍ତରରେ ମୁଁ ସେଇ ଗୋଟିଏ କଥା କହିବି "ସବୁ କାହିଁକିର ଉତ୍ତର ନଥାଏ***ଯନ୍ତ୍ରଣା ' ଯେ କେବଳ ଦେହର କଷ୍ଟ ସେଇଟା ବିଲକୁଲ ଦେଖାଇ ହେବାର କି ଦେଖିନପାରିବାର କାକୁସ୍ଥତା ତାହା ହୃଦୟକୁ ବାଧୁଥିବା ପ୍ରତି ମୁହୁର୍ତ୍ତରେ ପାଉଁଶ ତଳର ନିଆଁ ପରି କାହାକୁ ନା କାହାକୁ ଜାଳି ଦେଇପାରେ ଏକଦମ୍ ତାତିବାର ବାଲି ଆଉ ଫୁଟିବାର ଖଈ ପରି*** କିଛି ବାସ୍ତବ ଅବାସ୍ତବ କଳ୍ପନାର ଖିଅକୁ ଯୋଡ଼ି ହୁଏତ ଲେଖାଯାଇପାରେ ସାଗର ଶାମୁକାର ଶିହରଣ ଖେଳାଉଥିବା ଗପ କି କବିତାର ଝରାଫୁଲ ହେଲେ, ହୃଦୟୁ ଫୁଟୁଥିବା ନିସ୍ତଦ୍ଧ ନିଶିଗନ୍ଧାର ସଂଗୁପ୍ତ ସଂଳାପକୁ କିଏ ଥରେ ଶୁଣିଛକି କାନଡ଼େରି***କିଏ ଥରେ ସେଇ ଅନ୍ଧାର ଭେଦ କରି ଯାଇଛକି ତା' ମର୍ମୁସ ଆଖି ପଲକରୁ ଝରୁଥିବା ମୋତିର ଦରକଷିବାକୁ??? ଅମୂଲ ମୁଲ ପରି ତା' ହସ, ଲୁହ, ଦୁଃଖ ଆଉ ଯନ୍ତ୍ରଣା ସବୁର ଚକ୍ରବୃଦ୍ଧି ସୁଧ ଆଉ ମୂଳ ସବୁ ଯେମିତି ତା' ଜୀବନର ଅକଷା ଗଣିତ ହୋଇ ରହିଗଲା। କେଉଁ ଗୋଟେ ଅଜନବୀ ଚିତ୍ରକରର ପ୍ରଚ୍ଛଦ ଚିତ୍ରପଟ୍ଟ ପରି ତା' ଜୀବନର ପ୍ରତ୍ୟେକଟି କଥା ଆଉ ଗାଥାକୁ ସେ ଏମିତି ଯାଦୁକରୀ ଯାଦୁର ତୂଳୀରେ ଆଙ୍କି ଦେଇଯାଇଛି ଯେ ଯାହା କେହି କେବେବି ସାହସ କରିବନି ଆକର୍ଷଣରେ ଆକର୍ଷିବାକୁ***କିନ୍ତୁ କାହିଁକି କ'ଣ ପାଇଁ ଯେତେ ଚିତ୍କାର କଲେବି ତା'ର ସେଇ ଚିତ୍କାର ଚାରିକାନ୍ଥର ଆବଦ୍ଧ କୋଠରୀ ଭିତରେ କେବଳ ପ୍ରତିଧୂନି ତୋଳି ପୁଣି ଫେରି ଯାଉଛି ତା' ଦୁଇକାନ... ଆଖି.. ଓଠ ଆଉ ଜଡସଡ ସାରା କାକୁସ୍ଥତା ଭିତରକୁ। ନା' ସେ ବୁକୁ ଫଟେଇ କାନ୍ଦି ପାରୁଛି ନା କାହା ଆଗରେ ବଖାଣି ପାରୁଛି ତା ସନ୍ତାପିତ ହୃଦୟ ସଂବେଦନଶୀଳତାର ଗୋଟି ଗୋଟି ରକ୍ତାକ୍ତ ଆଉ କ୍ଷତାକ୍ତ ଅବାଞ୍ଝିତ ଅଧ୍ୟାୟ ର ଖିନ୍ ଭିନ୍ ବିଭତ୍ସ ଅତୀତ ଓ ବର୍ତ୍ତମାନଙ୍କୁ। ତମେ ଶାରୀରିକ - ମାନସିକ ଯେତେବି ଯନ୍ତ୍ରଣାରେ କ୍ଷତାକ୍ତ କରିପକାଇଲେବି.... ସେ ସବୁ ପରେବି ସେଇ ଗୋଟିଏ କଥା କହିବ... ସବୁ କାହିଁକିର ଉତ୍ତର ନଥାଏ " କାରଣ ସେଇ କାହିଁକି ହିଁ ତା' ଜୀବନ ଜିଜ୍ଞାସାର ବିରାଟ ଥେସିସ୍ ଯାହାକୁ ସେ ସେମିତି ଲେଖି ଲେଖି ଲେଖନୀରୁ ସ୍ୟାହି ଶେଷ ହେବା ଯାଏ ଲେଖିବ, କାହିଁକିନା ସବୁ କାହିଁକିର ଉତ୍ତର ନଥାଏ ବୋଲିତ ପ୍ରଶ୍ନଟିଏ ପ୍ରଶ୍ନ ହୋଇ ଜୀବନକୁ ଜିଇଁବାର ନୂଆ ମୋଡ଼ ଦେଉଥାଏ।

ଭୁବନେଶ୍ଵର -୦୨

ସୌଜନ୍ୟ: ଖଣ୍ଡାଧାର ନିଉଜ

28
2112 views