logo

କଳିଙ୍ଗ ସମର୍ପଣ ଫାଉଣ୍ଡେସନ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ।

କଳିଙ୍ଗ ସମର୍ପଣ ଫାଉଣ୍ଡେସନ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ।

ଯୋଡ଼ା -୧୯/୦୨(ଖଣ୍ଡାଧାର ନିୟୁଜ) ସମାଜସେବୀ ସଂସ୍ଥା କଳିଙ୍ଗ ସମର୍ପଣ ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ଜିଲ୍ଲାର ଯୋଡା ପୌରପାଳିକା ଅନ୍ତର୍ଗତ ଶାସ୍ତ୍ରୀନଗର ସ୍ଥିତ ତଳକ ହଟିଙ୍ଗ ଠାରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇ ସଫଳତାର ସହ ସମ୍ପନ୍ନ ହୋଇଛି।

ଏହି ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦାନିଶ ବେହେରା, ଯୋଡା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ପାର୍ଥସାରଥୀ ଷଡଙ୍ଗୀ, ସାଂସଦ ପ୍ରତିନିଧି ଶ୍ରୀ ବିଚିତ୍ରାନନ୍ଦ ଦାସ ଓ ଯୋଡା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଅଗୁନୁ ଚରଣ ମହାନ୍ତ ଉପସ୍ଥିତ ଥିଲେ। ତାଙ୍କ ସହିତ ସମାଜସେବୀ ଶ୍ରୀମତୀ ରଜନୀ ରାଓ ଓ କଳିଙ୍ଗ ସମର୍ପଣ ଫାଉଣ୍ଡେସନର ମହିଳା ସଶକ୍ତିକରଣ ସଂଯୋଜିକା ଶ୍ରୀମତୀ ପ୍ରମିଳା ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।ଯୁବ ନେତା ଶ୍ରୀ ତାରିଣୀ ପ୍ରଧାନ ଓ କଳିଙ୍ଗ ସମର୍ପଣ ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଆନନ୍ଦ ବାରିକଙ୍କ ତତ୍ତ୍ୱାବଧାନରେ ଶିବିରଟି ସୁଚାରୁ ଭାବରେ ପରିଚାଳିତ ହୋଇଥିଲା | ଶିବିରରେ ରକ୍ତଚାପ ଓ ସୁଗାର ପରୀକ୍ଷା ସହ ସାଧାରଣ ରୋଗ ନିର୍ଣ୍ଣୟ କରାଯାଇ ରୋଗୀମାନଙ୍କୁ ନିଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା। ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଏହି ଶିବିରରୁ ଲାଭାନ୍ୱିତ ହୋଇଥିବା ଜଣାପଡ଼ିଛି।

ଅତିଥିମାନେ ତାଙ୍କ ଉଦ୍ବୋବଧନରେ କହିଥିଲେ ଯେ, ଏପରି ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକଙ୍କ ପାଇଁ ଅତ୍ୟନ୍ତ ଉପକାରୀ ଓ ପ୍ରଶଂସନୀୟ ପଦକ୍ଷେପ।ଶେଷରେ ସଂସ୍ଥା ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏପରି ଜନହିତକାରୀ କାର୍ଯ୍ୟକ୍ରମ ଅବ୍ୟାହତ ରଖିବାକୁ ସୂଚନା ଦିଆଯାଇଥିଲା ।

16
798 views